34.1 C
Bhubaneswar
Friday, March 29, 2024
Homeଓଡିଶାମହାଶିବରାତ୍ରି ର ମହାତ୍ମା କଣ ..କାହିଁକି ଖାସ ଅଟେ ଜାଗର ...

ମହାଶିବରାତ୍ରି ର ମହାତ୍ମା କଣ ..କାହିଁକି ଖାସ ଅଟେ ଜାଗର …

ଭୁବନେଶ୍ୱର: ସବୁ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ରେ ଶିବରାତ୍ରି ହୋଇଥାଏ କିନ୍ତୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ କୁ ମହାଶିବରାତ୍ରି କୁହାଯାଏ ।ଏହି ଦିନରେ ରୁଦ୍ରାଭିଷେକ କରାଯାଇଥାଏ ।ରୁଦ୍ରାଭିଷେକ କରିବା ଦ୍ୱରାସବୁ ରୋଗ ଓ ଦୋଷ ସମାପ୍ତ ହୋଇଥାଏ ।ମହାଶିବରାତ୍ରି ଦିନରେ କୁମାରୀ କନ୍ୟା ମାନଙ୍କୁ ତାଙ୍କ ମନଲାଖି ବର ମିଳିବା ସହ ,ବିବାହିତା ନାରୀ ମାନଙ୍କୁ ଅଖଣ୍ଡ ସୁହାଗ ର ବରଦାନ ଦେଇଥାନ୍ତି ଭଗବାନ ଶଙ୍କର ।

ଥରେ ମା ପାର୍ବତୀ ମହାଦେବ ଙ୍କୁ ପଚାରିଲେ କେଉଁ ବ୍ରତ କରିବା ଦ୍ଵାରା ସବୁଠାରୁ ଅଧିକ ପୁଣ୍ୟ ଫଳ ମିଳିଥାଏ । ମହାଦେବ ଫାଲଗୁନ ମାସର ଚତୁର୍ଦଶୀ କରିବା ଦ୍ଵାରା ଅଧିକ ପ୍ରସନ୍ନ ହୋଇଥାନ୍ତି ବୋଲି ନିଜ ମୁଖରେ ଜଣାଇଥିଲେ ।

ଶିବ ପୁରାଣରେ ଏହି କଥା ମଧ୍ୟ ଉଲ୍ଲେଖ ରହିଛି ଯେ ଏହି ଦିନରେ କରୋଡ ସୁଜ୍ଞର ଶକ୍ତି ର ପ୍ରଭାବ ନେଇ ଭଗବାନ ଶିବ ଜ୍ୟୋର୍ତିଲିଙ୍ଗ ଭାବେ ପ୍ରକଟ ହୋଇଥିଲେ ।ଆଵୌ କିଛି ପୁରାଣରେ ଏହା ବି କୁହାଯାଇଛି ଯେ ଏହି ଶୁଭ ଦିନରେ ଭଗବାନ ଶଙ୍କର ଓ ପାର୍ବତୀ ଙ୍କର ବିବାହ ହୋଇଥିଲା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫାଲଗୁନ ମାସ ଚତୁର୍ଦଶୀ ରେ ଚନ୍ଦ୍ରମା ସୂର‌୍ୟ୍ୟଙ୍କ ସମାନ ହୋଇଥାନ୍ତି । ଜୀବନରୂପୀ ଚନ୍ଦ୍ରମା ଙ୍କ ସହ ସୂର‌୍ୟ୍ୟରୂପୀ ଶିବଙ୍କ ର ଯୋଗ ହୋଇଥାଏ । ସେଥିପାଇଁ ଏହି ଚତୁର୍ଦଶୀ ରେ ପୂଜା କଲେ ଅଭୀଷ୍ଟ ଫଳ ମିଳିଥାଏ ।ମହାଦେବ ଆମକୁ କାମ ,କ୍ରୋଧ ,ଲୋଭ ,ମାୟାରୁ ମୁକ୍ତି କରି ପରମ ସୁଖ ପ୍ରାପ୍ତି କରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking