29.1 C
Bhubaneswar
Monday, May 6, 2024
Homeଓଡିଶାବାଇକ ଦୁର୍ଘଟଣାରେ ଆରୋହି ମୃତ

ବାଇକ ଦୁର୍ଘଟଣାରେ ଆରୋହି ମୃତ

ମୟୂରଭଞ୍ଜ : ଜିଲ୍ଲାର ମହୁଲଡିହା ଥାନା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ସାତକୋଶିଆ ନିକଟ ଘୋଡ଼ାଘାଟିରେ ବାଇକ ଦୁର୍ଘଟଣାଗ୍ରସ୍ତ। ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟ। ମୃତ ବାଇକଚାଳକ କେଉଁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଗ୍ରାମର ଦୁମ୍ବି ହନହଗା ବୋଲି ଜଣାପଡ଼ିଛି। ତେବେ ଦୁମ୍ବି ଆଜିଏକ ବାଇକ ନମ୍ବର ଓଡ଼ି ୩୪ ଡି ୬୭୬୧ ଯୋଗେ ଠାକୁରମୁଣ୍ଡା ବ୍ଲକ ଜରକ ଗ୍ରାମପଞ୍ଚାୟତ ଖୁଦିଶିଳା ଗ୍ରାମରେ ଥିବା ନିଜ ଭଉଣୀ ଘରକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ବାଇକଟି ରାସ୍ତା କଡରେ ଥିବା ଏକ ଗଛରେ ଧକ୍କା ଦେଇଥିବା କୁହାଯାଉ ଥିବା ବେଳେ ଦୁର୍ଘଟଣାର ପ୍ରକୃତକାରଣ ଜଣାପଡିନାହିଁ। ଘଟଣାସ୍ଥଳରୁ ବାଇକ ଚାଳକ ଦୁମ୍ବିଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking