39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗମଣ୍ଡିରେ ଧାନ ବିକ୍ରି କରି ନପାରି, ଟଳିପଡ଼ିଲେ ଚାଷୀ

ମଣ୍ଡିରେ ଧାନ ବିକ୍ରି କରି ନପାରି, ଟଳିପଡ଼ିଲେ ଚାଷୀ

ପାଇକମାଳ : କେତେ କଷ୍ଟରେ ମୁଣ୍ଡର ଝାଳ ତୁଣ୍ଡରେ ମାରି ହାଡ଼ଭଙ୍ଗା ପରିଶ୍ରମ କରି ବରଗଡ଼ ଜିଲ୍ଲାକୁ ଓଡ଼ିଶାର ଭାତ ହାଣ୍ଡି ବଲୁଥିବା ଚାଷୀ ଧାନ ଅମଳ କରିଥିଲେ । ଅମଳ ଧାନକୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି ପାଇଁ ମଣ୍ଡିକୁ ଆଣି ପକାଇ ଥିଲେ । ମାତ୍ର ତାହା ବିକ୍ରି ନ ହେବାରୁ ଧାନ ଉଠାଣ ଦାବିରେ ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନକ୍ରମେ ଚାଲିଥିବା ଚାଷୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇ ଆସୁଥିଲେ । ତଥାପି ଧାନ ବିକ୍ରି ହୋଇ ପାରିଲାନି । ଆଉ ଶେଷରେ ହୃଦ୍‌ଘାତରେ ଚାଷୀ ମୃତ୍ୟୁବରଣ କରିଛନ୍ତି । ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ୍ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ମଙ୍ଗଳବାର ଭୋରରୁ ପାଇକମାଳ ବ୍ଲକ୍ ଅନ୍ତର୍ଗତ ସରେଇକେଲା ପଞ୍ଚାୟତ ଅଧିନରେ ଥିବା ସମ୍ବଲପୁରୀ ଗ୍ରାମର ସମ୍ପୃକ୍ତ ଚାଷୀ ବାଲାମଣୀ ଭୋଇ(୫୯)ଙ୍କ ମୃତ୍ୟୁ ଘଟିଛି । ଧାନ କାର୍ଡ ତାଙ୍କ ପୁଅ ଥବୀର ଭୋଇଙ୍କ ନାମରେ ଥିଲା । ଧାନ ବିକ୍ରି ଚିନ୍ତାରେ ମୃତଚାଷୀ ସବୁବେଳେ ଚିନ୍ତାଗ୍ରସ୍ତରେ ରହୁଥିଲେ । ସଂଗଠନର ଆହ୍ୱାନକୁ ସ୍ୱାଗତ କରି ଆନ୍ଦୋଳନରେ ପ୍ରତ୍ୟହ ସାମିଲ ହୋଇ ତାଙ୍କ ମନକଥା ମଧ୍ୟ ନିଜନିଜ ଭିତରେ କରୁଥିଲେ । ଧାନ ବିକ୍ରି ଚିନ୍ତାରେ ବାପାଙ୍କ ଜୀବନ ଗଲା ବୋଲି ତାଙ୍କ ପୁଅ ଥବୀର କହିଛନ୍ତି । ମୃତ ଚାଷୀ ଗତବର୍ଷ ଡିସେମ୍ବର ୧୦ ତାରିଖ ଧାନବିକ୍ରି ପାଇଁ ଟୋକନ ପାଇବା ପରେ ସେହି ମାସ ୨୨ ତାରିଖ ନିକଟସ୍ଥ ଲଖମରା ମଣ୍ଡିକୁ ବିକ୍ରି ପାଇଁ ୧୪୦ ପ୍ୟାକେଟ୍ ଧାନ ଆଣିଥିଲେ । କିନ୍ତୁ ଇତିମଧ୍ୟରେ ୨ମାସ ବିତିଯିବା ସତ୍ତ୍ୱେ ତାଙ୍କ ଧାନ ମଣ୍ଡିକୁ ବିକ୍ରି ହୋଇ ପାରି ନ ଥିବା ମୃତଚାଷୀଙ୍କ ପୁଅ ଅଭିଯୋଗ କରିଛନ୍ତି । ସେହିପରି ଚାଷୀନେତା ରମେଶ ମହାପାତ୍ର ମୃତଚାଷୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୃତଚାଷୀ ତାଙ୍କ ଧାନବିକ୍ରି ଚିନ୍ତାରେ ଭାରସାମ୍ୟ ହରାଇ ବସିଥିଲେ । ଆନ୍ଦୋଳନରେ ସାମିଲ ହୋଇ ଆସୁଥିଲେ । ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି କହିଛନ୍ତି । ପରିବାର ଚାଷ ଉପରେ ନିର୍ଭର କରି ଚଳନ୍ତି । ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking