29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଜାତୀୟ ରାଜପଥ କଡ଼ରେ ମହିଳାଙ୍କୁ ପୋଡି ହତ୍ୟା, ହାଡ଼ କଙ୍କାଳ ଉଦ୍ଧାର

ଜାତୀୟ ରାଜପଥ କଡ଼ରେ ମହିଳାଙ୍କୁ ପୋଡି ହତ୍ୟା, ହାଡ଼ କଙ୍କାଳ ଉଦ୍ଧାର

ସଇଁନ୍ତଳା : ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବିବିନା ଛକ ଏକ ଅଭାବନୀୟ ଘଟଣା ଘଟିଛି । ବିବିନା ଛକ ଜାତୀୟ ରାଜପଥ ୨୬ ନମ୍ବରରୁ କିଛି ଦୂରରେ ଥିବା ଏକ ମୁଗ ଚାଷ ବିଲରେ ସମ୍ପୂର୍ଣ୍ଣ ଦଗ୍ଧ ମହିଳାଙ୍କ ମୃତ କଙ୍କାଳ ଏବଂ ତାଙ୍କର ଖପୁରୀ ହାଡ଼, ହାତ ଲାଗି ଥିବା ସଙ୍ଖା ଚୂଡ଼ିକୁ ସାଇଣ୍ଟଫିକ୍ ଟିମ୍  ଉଦ୍ଧାର କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅନ୍ୟ ପଟେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ମଧ୍ୟ ଆସି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ,  ମାସ ହେବ ବିଳମ୍ବ ରାତ୍ରିରେ ନିଆଁ ଜଳୁଥିବା ପାଖ ପୋଡ଼ସି ମାନଙ୍କ ଭିତରେ ଆଲୋଚନା ହୋଇଛି । ତେବେ ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କରି ପାଳ ଗଦାରେ ଜାଳି ଦେଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉକି,  ଗତ ୨୦୧୪ ଜାନୁଆରୀରେ ଜଣେ କଲେଜ ଛାତ୍ରୀଙ୍କୁ ପେଟ୍ରୋଲରେ ଜାଳି ନିର୍ମମ ଭାବରେ ପାହାଡ ତଳେ ହତ୍ୟା କରି ଥିଲେ ହେଲେ ଆଜି ପର୍ଯ୍ୟନ୍ତ  ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ ବିଫଳତା ହୋଇଛି ।  ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking