39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବଲାଙ୍ଗିର ଠାରେ ଅସ୍ଥାୟୀ କୋଭିଡ କିଓସ୍କ୍ ଉଦଘାଟିତ

ବଲାଙ୍ଗିର ଠାରେ ଅସ୍ଥାୟୀ କୋଭିଡ କିଓସ୍କ୍ ଉଦଘାଟିତ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ପୁର୍ବାହ୍ନରେ ବଲାଙ୍ଗିର ସହର ସ୍ଥିତ ରିଲାଏନ୍ସ ସ୍ମାର୍ଟ ସମ୍ମୁଖରେ ଏକ ଅସ୍ଥାୟୀ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା, ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ଓରମାସ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଖୋଲାଯାଇଥିବା ଏହି କୋଭିଡ କିଓସ୍କ କୁ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡା.ମହେଶ୍ୱର ସ୍ୱାଇଁ ଉଦଘାଟନ କରିଥିଲେ । ଏହି କୋଭିଡ କିଓସ୍କ ଟି ରାଜିବ ନଗର ର ଆଶୁତୋଷ ସ୍ୱୟଂ ସହାୟକ ଗୋଷ୍ଟି ଦ୍ୱାରା ଆସନ୍ତ ଏକ ମାସ ପର୍ଯ୍ୟନ୍ତ ପରିଚାଳିତ ହେବା ସୂଚନା ରହିଛି । ଉକ୍ତ କୋଭିଡ କିଓସ୍କ ରେ କୋଭିଡ ସମ୍ବନ୍ଧିୟ ସାମଗ୍ରୀ ଯଥା ମାସ୍କ, ଫେସ ସିଲ୍ଡ, ହ୍ୟାଣ୍ଡ ୱାସ୍‌, ଗ୍ଲୋଭସ୍‌, ସେନିଟାଇଜର ଓ କାଢା ତିଆରି ପାଇଁ ଆବଶ୍ୟକିୟ ସାମଗ୍ରି ସୁଲ୍ଲଭ ମୁଲ୍ୟରେ ମିଳି ପାରିବ । ଅଜିର ଉଦଘାଟନି କାର୍ଯ୍ୟକ୍ରମରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ , ଓରମାସ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓଡିଶା ଜିବୀକା ମିଶନ କମଲେନ୍ଦୁ ପଲ, ଡିଡିଏମ ନାବାର୍ଡ ଲକ୍ଷ୍ମଣ ସାଏ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣୀଗ୍ରାହୀ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ୱିବେଦୀ ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking