39.1 C
Bhubaneswar
Friday, April 26, 2024
Homeଓଡିଶାପୁଣି ଜଳୁଛି ଶିମିଳିପାଳ ଅଣାୟତ୍ତ ନିଆଁ

ପୁଣି ଜଳୁଛି ଶିମିଳିପାଳ ଅଣାୟତ୍ତ ନିଆଁ

 

ମୟୂରଭଞ୍ଜ- ପୁଣି ଜଳୁଛି ଶିମିଳିପାଳ । କିଛିଦିନର ବ୍ୟବଧାନ ପରେ ପୁଣି ଲେଉଟିବା ସହିତ ଆୟତ୍ତକୁ ଆସୁନି ନିଆଁ। ତେବେ ଶିମିଳିପାଳ ବାହାର ଭାଗରେ ନିଆଁ ଲାଗିଲେ ଅନ୍ୟକୁ ଦୋଷଦେଇ ଖସିଯିବାରେ ସଫଳ ହେଉଛି ବନବିଭାଗ କିନ୍ତୁ ନିଷିଦ୍ଧାଞ୍ଚଳକୁ ସାଧାରଣ ଲୋକଙ୍କ ପ୍ରବେଶ ଅନୁମତି ନ ଥିବା ବେଳେ କେମିତି ଲାଗୁଛି ନିଆଁ ବୋଲି ପ୍ରଶ୍ନ ଉଠୁଛି। ଯାହା ବନବିଭାଗକୁ ସନ୍ଦେହ ଘେରୋକୁ ଟାଣିନେଉଥିବା ବେଳେ ନିସିଦ୍ଧାଞ୍ଚଳରେ ନିଆଁ ଲାଗୁଛି କେମିତି ଲଗାଉଛି କିଏ ? ଫଳରେ ସନ୍ଦେହ ଘେରୋରେ ଖୁଦ ବିଭାଗ ରହିଥିବା ବେଳେ ଶିକାରୀଙ୍କ ଅନାୟାସ ପ୍ରବେଶ ରହିଥିବା ଦିଗପ୍ରତି ମଧ୍ୟ ଇଙ୍ଗିତ କରୁଛି। ଗତକାଲି ଶିମିଳିପାଳ ଭିତରେ ୪୭ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ନାସା ସାଟେଲାଇଟ ସୂଚନାରୁ ଜଣାପଡିଥିଲା। ମିଳିଥିବା ସୂଚନା ଅନୁସାରେ ପୋଡାଡିହା ରେଞ୍ଜର ପୋଡାଡିହା, ଅନନ୍ତପୁର, ବାଲିନାଳ ଏବଂ ଡୁକୁରା ରେଞ୍ଜର ମାଣିକପୁର,ବାଲମା ସହ ଅନ୍ୟ ସ୍ଥାନକୁ ବ୍ୟାପୁଛି ନିଆଁ। ତେବେ ତାଜା ତଥ୍ୟ ଅନୁଯାୟୀ ଶିମିଳିପାଳର ବିଭିନ୍ନ ରେଞ୍ଜର ୫୨ଟି ଜାଗାରେ ନିଆଁ ଲାଗିଥିବା ବେଳେ ଆଜିବି ବହୁ ଜାଗାରେ ନିଆଁ ଲାଗିଥିବା ସୂଚନା । ତେବେ ବର୍ତ୍ତମାନ ସୁଦ୍ଧା ଉତ୍ତର ଶିମିଳିପାଳ ଜୋନର ୧୦ଟି ଜାଗାରେ ନିଆଁ ଲାଗିଥିବା ରିପୋର୍ଟ ଆସିଥିଲେ ବି ବହୁ ଜାଗାରେ ନିଆଁ ଲାଗିଥିବା ଯୋଗୁଁ ପରିବେଶ ଧୂଆଁମୟ ହୋଇଯାଇଛି । ସେହିପରି ଗତକିଛିଦିନ ହବ ଯେପରି ଭାବେ ଗରମ ଅନୁଭୂତ ହୋଇଆସୁଛି ତାହା ଜଙ୍ଗଲ ନିଆଁ ପାଇଁ ବୋଲି ଅନୁମାନ କରୁଛନ୍ତି ପରିବେଶବିତ । ଉତ୍ତାପ ବୃଦ୍ଧିପାଇ ଉତ୍ତପ୍ତ ସହରର ତାଲିକାରେ ଗତ ୩୦ତାରିଖ ବାରିପଦା ବିଶ୍ବର ସର୍ବାଗ୍ରେ ରହିଥିଲା। ଦେଶର ଉତ୍ତପ୍ତ ସହର ଭାବେ ବାରିପଦା ଦ୍ୱିତୀୟରେ ଥିବା ବେଳେ ଏହାର କାରଣ ଶିମିଳିପାଳ ଜଙ୍ଗଲ ନିଆଁ । ଆଜି ଶିମିଳିପାଳ ଅଭୟାରଣ୍ୟର ନଅଣା ରେଞ୍ଜର ପଣ୍ଡାବନ୍ଧା, ଚମ୍ପାପୁଲିଆ , କଂପାଟମଣ୍ଟ ୧୫ର ବହୁ ଜାଗାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ସେହିପରି ବରହେଇପାଣି, ଚହଲା, ଗୁରୁଗୁଡ଼ିଆ ଏବଂ କେନ୍ଦୁମୁଣ୍ଡି ରେଞ୍ଜର ବହୁ ଜାଗାରେ ନିଆଁ ଲାଗିଛି । ଗତ କିଛିଦିନ ହେବ ଓଡ୍ରାଫ ଟିମ୍ ସହିତ ଅଗ୍ନିଶମ ବାହୀନି , ବନବିଭାଗର ଏକହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ମୁତୟନ ଥିଲେ ବି ନିଆଁକୁ ଆୟତ୍ତ କରି ପାରୁନାହାନ୍ତି । ବିଭିନ୍ନ ଜାଗାରେ ବଡ଼ ବଡ଼ କାଠଗଣ୍ଡି ସହ ଗଛ ଜଳୁଥିବା ଦେଖିବାକୁ ମିଳିଛି । ତେବେ ଲୋକେ ଏ ନିଆଁକୁ ଲଗାଉଥିବାରୁ ଦିନକୁଦିନ ଅଣାୟତ ହେଉଛି ନିଆଁ ବୋଲି ଦୋଷାରୋପ କରି ନିଜକୁ ଖସାଇନେବାକୁ ଉଦ୍ୟମ କରି ଆସୁଛି ବନବିଭାଗ। ଅନ୍ୟପଟେ ଶିମିଳିପାଳ କୋର ଅଞ୍ଚଳରେ କୌଣସି ଜନବସତି ନ ଥିବା ସାଙ୍ଗକୁ ଏହା ସାଧାରଣ ଜନତାଙ୍କ ନିମନ୍ତେ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ଏଠାରେ ନିଆଁ ଲଗାଇଲା କିଏ ବୋଲି ପ୍ରଶ୍ନ ଉଠିବା ସାଙ୍ଗକୁ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁ ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ବ୍ୟାପିବା ବନବିଭାଗର ପାରିବା ପଣିଆ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସେହିପରି ଶିମିଳିପାଳରେ ନିଆଁର ପ୍ରଭାବରେ ଉତ୍ତାପ ବଢ଼ିବା ସାଙ୍ଗକୁ ଧୂଆଁମଇ ହୋଇ ରହୁଥିବାରୁ ଜୀବନରକ୍ଷା କରିବାକୁ ବନ୍ୟପ୍ରାଣୀ ଗାଁ ମୁହାଁ ଲୋକଙ୍କ ଘରେ ପଶି ଯାଉଥିବା ବେଳେ ପରେ ବନବିଭାଗ ଉଦ୍ଧାର କରୁଥିବା ଲକ୍ଷ୍ୟ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking