32.1 C
Bhubaneswar
Friday, April 26, 2024
Homeଅପରାଧପ୍ରେମୀ ଯୁଗଳଙ୍କୁ ଭାରି ପଡ଼ିଲା ବିଲରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା

ପ୍ରେମୀ ଯୁଗଳଙ୍କୁ ଭାରି ପଡ଼ିଲା ବିଲରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା

ଭୋପାଳ: ପ୍ରେମୀ ଯୁଗଳଙ୍କୁ ଭାରି ପଡ଼ିଲା ବିଲରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା । ଝିଅ ଘର ଲୋକ ତାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଯୁବକଙ୍କ ଉପରେ ନିଆଁ ବାଣ ହୋଇ ଯାଇଥିଲେ । ପ୍ରେମିକାଙ୍କ ପରିଜନ ଏହି ଯୋଡ଼ିକୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ପିଟି ପିଟି ୨୧ ବର୍ଷୀୟ ଯୁବକଙ୍କ ଜୀବନ ନେଇ ଯାଇଛନ୍ତି । ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କ ଅବସ୍ଥା ଦେଖିଲେ ଜଣାପଡ଼ୁଛି ଯେମିତି ଜୀବନ ଯିବା ଯାଏଁ ତାଙ୍କୁ ମାଡ଼ ମରାଯାଇଛି । ସୂଚନା ଅନୁଯାୟୀ, ଯୁବକଙ୍କ ପ୍ରେମିକାର ପରିବାର ଲୋକ ଏହି ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ପ୍ରବଳ ରାଗି ଯାଇଥିଲେ । ତା’ ପରେ ତାଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା । ମୃତ ୨୧ ବର୍ଷୀୟ ଯୁବକ ହେଉଛନ୍ତି ବିନୋଦ ଚୌହ୍ୱାନ ।

ବିନୋଦଙ୍କୁ ହତ୍ୟା କରିବା ପରେ ଯୁବତୀଙ୍କ ବାପା – ମା’ ଓ ଭାଇ ଫେରାର ହୋଇ ଯାଇଛନ୍ତି । ଏବେ ପୋଲିସ ସେମାନଙ୍କୁ ଖୋଜୁଛି । ପୋଲିସ ଅଧୀକ୍ଷକ ଭଗବତ ସିଂହ ବିରଦେ କହିଛନ୍ତି, ଖୁଡ଼େଲର ଗ୍ରାମୀଣ ଅଞ୍ଚଳରେ ବିନୋଦ ଚୌହ୍ୱାନ ନାମକ ଜଣେ ଯୁବକଙ୍କ ଶବ ମଙ୍ଗଳବାର ସକାଳୁ ଜବତ କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିନୋଦ ନିଜ ପ୍ରେମିକା ସହ ବିଲରେ ଆପତ୍ତିଜନକ ଅବସ୍ଥାରେ ଥିବା ବେଳେ ଝିଅ ଘର ଲୋକ ଦେଖି ଦେଇଥିଲେ । ସେମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ବିନୋଦଙ୍କୁ ସେମାନେ ଠେଙ୍ଗା, ବାଡ଼ିରେ ପିଟିପିଟି ମାରି ଦେଇଥିଲେ । ପୋଲିସଙ୍କ କହିବାନୁସାରେ, ବିନୋଦ ଚୌହ୍ୱାନଙ୍କ ହତ୍ୟା ପରେ ଯୁବତୀଙ୍କ ମାତା-ପିତା ଓ ଭାଇ ଫେରାର ହୋଇ ଯାଇଛନ୍ତି । ତାଙ୍କୁ ଖୋଜାଯାଉଛି । ସେମାନେ ଧରାପଡ଼ିବା ପରେ ପ୍ରକୃତ ସତ ଜଣାପଡ଼ିବ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking