39.1 C
Bhubaneswar
Friday, April 26, 2024
Homeଓଡିଶାଗଛରୁ ପଡି ଯୁବକ ମୃତ

ଗଛରୁ ପଡି ଯୁବକ ମୃତ

ମୟୂରଭଞ୍ଜ : ଡାଳ କାଟୁଥିବା ବେଳେ ଗଛରୁ ଖସିପଡି ଯୁବକର ଘଟଣାସ୍ଥଳରେ ମୃତ୍ୟୁ। ମୃତକ ମୋରଡ଼ା ଗ୍ରାମର ମିଲୁ ଦେହୁରୀ(୩୧)ବର୍ଷ । ମୃତକ ପେଶାରେ ଜଣେ ଟ୍ରକ ଡ୍ରାଇଭର । ତାଙ୍କର ସ୍ତ୍ରୀ ଏବଂ ଏକ ୫ବର୍ଷର ଛୋଟ ଝିଅ ରହିଛି । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ହରିଜନ ସାହିରେ । ମିଳୁଥିବା ସୂଚନା ଅନୁଯାୟୀ ହରିଜନ ସାହିର ହରେନ୍ଦ୍ର ମୁଖିଙ୍କ ବାଡ଼ିରେ ଥିବା ଏକ ଚୁରୁଡ଼ା ଗଛକୁ କିଣିଥିଲେ ମିଲୁ ଦେହୁରୀ । କିନ୍ତୁ ଆଜି ମଧ୍ୟାହ୍ନ ସମୟରେ ଗଛର ପ୍ରାୟ ୩୦ଫୁଟରୁ ଉର୍ଦ୍ଧ୍ବ ଉଚାରେ ଡାଳ କାଟୁଥିବା ବେଳେ ଅଚାନକ ଖସିପଡି ଥିଲେ । ତଳେ ଥିବା ପଥରରେ ମୁଣ୍ଡ ବାଡେଇ ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ମୃତକ ମିଲୁ ଦେହୁରୀଙ୍କ ପରିବାର ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ତୁରନ୍ତ ତାଙ୍କୁ ପରିବାର ମଙ୍ଗଳ ଯୋଜନାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ରହିଥିବା ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଖବରପାଇ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking