32.1 C
Bhubaneswar
Thursday, March 28, 2024
Homeଓଡିଶାରାୟଗଡାରୁ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣକୁ ବିରୋଧ

ରାୟଗଡାରୁ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣକୁ ବିରୋଧ

ରାୟଗଡା :ରାୟଗଡାରୁ ବାଲି ଚାଲାଣ ପ୍ରତିବାଦ ଓ ଖଣିଜ ସମ୍ପଦକୁ ସୁରକ୍ଷିତ ରଖିବା ଦାବୀରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ରାୟଗଡା ଜିଲ୍ଲା ବିକାଶ ପରିଷଦ । ଆଜି ରାୟଗଡା ତହସିଲ କାର‌୍ୟ୍ୟାଳୟ ଆଗରେ ପରିଷଦର ସଦସ୍ୟ ମାନେ ପ୍ରତୀକ ଅନଶନ ଓ ଧାରଣାରେ ବସିବା ସହ ବାଲି ଚାଲାଣ ସମ୍ପର୍କିତ ୧୬ ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ମାଫିଆଙ୍କ ଦାଉରୁ ଜିଲ୍ଲାର ଖଣିଜ ଦ୍ରବ୍ୟ ବଞ୍ଚେଇବାକୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଏହାକୁ ରୋକା ନଗଲେ ଆଗକୁ ଆନ୍ଦୋଳନ ତୀବ୍ରତ।ର ହେବ ବୋଲି କହିଛି ଜିଲ୍ଳା ବିକାଶ ପରିଷଦ । ଅନ୍ୟପକ୍ଷରେ ଏନେଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯାଇଛି ଓ ଆନ୍ଧ୍ରକୁ ବାଲି ଚାଲାଣ ରୋକିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଆବଗତ କରାଯାଇଥିବା କହିଛନ୍ତି ତହସିଲଦାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking