32.1 C
Bhubaneswar
Saturday, May 4, 2024
Homeଅପରାଧପ୍ରେମରେ ମାରିଲା ଆଉ ମରିଲା ପାଗଳ ପ୍ରେମୀ

ପ୍ରେମରେ ମାରିଲା ଆଉ ମରିଲା ପାଗଳ ପ୍ରେମୀ

ସତନା: ସତନାର ସୋହୱାଲ ଅଞ୍ଚଳର କୁଶୱା ମୋହାଲାରେ ପ୍ରେମ ପାଇଁ ଜଣେ ଯୁବକ ନିଜ ପ୍ରେମିକାକୁ ଆକ୍ରମଣ କରି ନିଜେ ଆତ୍ମ ହତ୍ୟା କରିଛି । ୧୮ ବର୍ଷର ପିଡ଼ିତା ତା ଭଉଣୀ ସହ ଘରେ ଏକଲା ଥିବା ସମୟରେ ଅଭିଯୁକ୍ତ ପିଡ଼ିତା ଘରେ ପଶି ତା ଉପରେ ଆକ୍ରମଣ କରିଥିଲା । ତା ପରେ ଘଟଣା ସ୍ଥଳରେ ହିଁ ଅଭିଯୁକ୍ତ ନିଜ ଗଳା କାଟି ଦେଇଥିଲା ।

ଆହତ ବାଳିକାକୁ ଗୁରୁତର ଅବସ୍ଥାରେ ସତନାର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ଏଥିସହିତ ନିଜ ଗଳା କାଟିଥିବା ପ୍ରେମିକକୁ ମଧ୍ୟ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଏବଂ ପିଡ଼ିତା ଦୁହେଁ ପରସ୍ପର ଜଣାଶୁଣା ଥିଲେ । ଦୁହେଁ ପରସ୍ପର ସହ ଫୋନରେ କଥାବାର୍ତ୍ତା ମଧ୍ୟ କରୁଥିଲେ । ତେବେ ଦୁହିଁଙ୍କ ଭିତରେ କିଛି ଝଗଡ଼ା କାରଣରୁ ଏପରି ହେଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ତେବେ ପ୍ରକୃତ କାରଣ ଅଭିଯୁକ୍ତ ଏବଂ ପିଡ଼ିତାଙ୍କୁ ପଚରା ଉଚରା କରିବା ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି । ଏବେ ପର୍ଯ୍ୟନ୍ତ ପୋଲିସର ତଦନ୍ତ ଜାରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking