37.1 C
Bhubaneswar
Sunday, May 5, 2024
Homeଓଡିଶାବର୍ଷୀୟାନ୍ ଲେଖକ ପ୍ରଫେସର ଡ. ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ

ବର୍ଷୀୟାନ୍ ଲେଖକ ପ୍ରଫେସର ଡ. ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ

ବ୍ରହ୍ମପୁର: ଓଡିଆ ସାହିତ୍ୟର ଗବେଷକ ଓ ବର୍ଷୀୟାନ୍ ଲେଖକ ପ୍ରଫେସର ଡ. ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ । ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସୁଦର୍ଶନ ଆଚାର୍ଯ୍ୟ । ୨୦୦୬ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ‘ଅତିବଡୀ ସମ୍ମାନ’ରେ ସେ ଭୂଷିତ ହୋଇଥିଲେ। ୧୯୩୯ ମସିହାରେ ଜନ୍ମିତ ଏହି ସାରସ୍ୱତ ବ୍ୟକ୍ତିତ୍ୱ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୀର୍ଘ ୩୯ ବର୍ଷ କାଳ ଅଧ୍ୟାପନା କରିଥିଲେ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର ଭାବରେ ୧୯୯୯ ମସିହାରେ ସେ ଅବସର ଗ୍ରହଣ କରିଥିଲେ। ଓଡିଆ, ସଂସ୍କୃତ ଓ ତେଲୁଗୁ ଭାଷାରେ ତାଙ୍କର ପାରଦର୍ଶିତା ରହିଛି । ସେହିପରି ପ୍ରାଚୀନ ପୋଥିମାନଙ୍କ ପୁନରୁଦ୍ଧାର କରି ଓଡ଼ିଆ ସାହିତ୍ୟର ଐତିହ୍ୟକୁ ସମୃଦ୍ଧ କରିବାରେ ତାଙ୍କର ବହୁ ଅବଦାନ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking