ଢେଙ୍କାନାଳ: ଆଜି ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତଥା ଗହ୍ମା ପୁର୍ଣିମାରେ ଭୁବନରେ ନିଆରା ପରମ୍ପରା । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଓ୍ବାର୍ଡ ନମ୍ବର ଏକ ଛତାମଠ ଠାରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଗୋମାତାଙ୍କ ସୁରକ୍ଷା ଉଦ୍ବେଶରୃ ରାକ୍ଷୀପୂର୍ଣିମା ପାଳନ କରାଯାଇଛି । ଅଞ୍ଚଳରେ ଗୋମାତା ଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ପୂଜାଚର୍ଣ୍ଣା କରାଯାଇ ପିଠା ଏବଂ ଫଳ ଖୁଆଇ ରାକ୍ଷୀ ବାନ୍ଧିଥିଲେ ହିନ୍ଦୁ ଜାଗାରଣ ମଞ୍ଚ କାର୍ଯ୍ୟକର୍ତ୍ତଗଣା । ପରିଶେଷରେ ଗୋହତ୍ୟା ବନ୍ଦ କରିବା ଏବଂ ରାଷ୍ଟ୍ରୀୟ ପଶୁ ଘୋଷଣା କରିବାକୁ ଭାରତ ସରକାରଙ୍କ ଉଦ୍ୟେଶରେ ବାର୍ତ୍ତା ପ୍ରଦାନ କରିଥିଲେ ମଞ୍ଚ କର୍ମକର୍ତ୍ତା।










