28.1 C
Bhubaneswar
Thursday, August 27, 2026
Homeଓଡିଶାଓଡ଼ିଶାର ଆଗାମୀ ପିଢିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି: ବିଜେଡି

ଓଡ଼ିଶାର ଆଗାମୀ ପିଢିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି: ବିଜେଡି

ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗ
ବିଜେପି ଶାସନରେ ଓଡ଼ିଶାର ଆର୍ଥିକ ସ୍ଥିତି ବିଗିଡିଛି
ବକେୟା ୧ଲକ୍ଷ କୋଟି ଆଦାୟ ହୋଇଥିଲେ, ରାଜ୍ୟର ଆର୍ଥିକ ସ୍ଥିତି ସୃଦୃଢ଼ ହୋଇଥାନ୍ତା
ଓଡ଼ିଶାରେ ଲାଗୁ ହୋଇଥିବା ଅନେକ ସାମାଜିକ ସୁରକ୍ଷା ଯୋଜନା ପ୍ରଭାବିତ ହେବ

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ଆଜି ପୁଣି ବିଜେପି ଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି । ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ଓ ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ବିଜେଡି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଟକ ମେୟର ତଥା ଦଳର କୋଷାଧ୍ୟକ୍ଷ ଶ୍ରୀ ସୁବାଷ ସିଂ ଓ ପୂର୍ବତନ ସାଂସଦ ତଥା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ଶର୍ମିଷ୍ଠା ସେଠି ଏମଏମଡିଆର ସଂଶୋଧନ ଆକ୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ବର୍ଣ୍ଣନା କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଅନୁସାରେ ଖଣି ଟିକସ ଓ ଲେଭି ବାବଦକୁ ବକେୟା ଏକ ଲକ୍ଷରୁ ଉଦ୍ଧ୍ୱର୍ କୋଟି ଟଙ୍କା ଆଦାୟ ହୋଇଥିଲେ ଓଡ଼ିଶାର ଆର୍ଥିକ ସ୍ଥିତି ମଜବୁତ ହୋଇଥାନ୍ତା କିନ୍ତୁ କେନ୍ଦ୍ର ସରକାର ଏହି ଆକ୍ଟ ପାସ କରି ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ ଛଡାଇ ନେଇଛନ୍ତି ।

ଶ୍ରୀ ସୁବାଷ ସିଂ କହିଥିଲେ, ଓଡିଶା ଦେଶର ଏକ ଗରିବ ରାଜ୍ୟର ପରିଚୟ ରହିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଅନେକ ଲୋକାଭିମୁଖୀ ସାମାଜିକ ସୁରକ୍ଷା ଯୋଜନା କରିଥିଲେ, ଯାହା ସମଗ୍ର ଦେଶ ପାଇଁ ଉଦାହରଣ ହୋଇଥିଲା । ବିଜେପି ସରକାରଙ୍କ ଦୁଇ ବର୍ଷର ଶାସନରେ, ନବୀନ ବାବୁ ଆରମ୍ଭ କରିଥିବା ଅନେକ ଯୋଜନା ପାଇଁ ଅର୍ଥ ବରାଦ ହୋଇ ପାରି ନାହିଁ, ଯେଉଁଥିପାଇଁ ପେନସନ ପ୍ରଦାନ ପାଇଁ ବିଳମ୍ୱ ଘଟୁଛି । ବିଏସକେୱାଇ ଭଳି ଲୋକପ୍ରିୟ ଯୋଜନାକୁ ବନ୍ଦ କରି ଦିଆଯାଇଛି ଓ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ଟଙ୍କା ଠିକ୍ ସମୟରେ ମିଳି ପାରୁନାହିଁ । ବିଜେପି ସରକାରଙ୍କ ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ବିଗୁଡୁଥିବା ବେଳେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ଏମଏମଡିଆର ସଂଶୋଧନ ଆକ୍ଟ ମାଧ୍ୟମରେ ଓଡ଼ିଶାର ନ୍ୟାର୍ଯ୍ୟ ଅଧିକାରକୁ ଛଡାଇ ନିଆଗଲା । ଦୁଃଖ ଓ ପରିତାପର ବିଷୟ, ଏହି ଆକ୍ଟ ପାରିତ ହେବା ବେଳେ ଓଡ଼ିଶାର ଲୋକସଭାରେ ଥିବା ୨୦ ବିଜେପି ସାଂସଦ ଓ ରାଜ୍ୟସଭାରେ ଥିବା ୫ ଜଣ ବିଜେପି ସାଂସଦ ନୀରବଦ୍ରଷ୍ଟା ସାଜିଥିଲେ । ଆଗାମୀ ପିଢ଼ିଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଯାଉଥିବା ଏହି ଆକ୍ଟକୁ ସହଯୋଗ କରିଥିବା ବିଜେପି ସାଂସଦ ମାନଙ୍କୁ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ । ଖଣି ମାଲିକ ମାନଙ୍କ ପାଇଁ ବିଜେପିର ଅହେତୁକ ଅନୁକମ୍ପା କଣ ପାଇଁ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଥିଲେ ।

ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ଏମଏମଡିଆର ସଂଶୋଧନ ଆକ୍ଟ ପାସ ହେବା ଯୋଗୁ ଓଡ଼ିଶାର ପ୍ରଭୂତ କ୍ଷତି ହେବାକୁ ଯାଉଥିବା ବେଳେ ଏହା ଓଡିଶାକୁ ଆର୍ଥିକ ଦୁର୍ଗତି ଆଡ଼କୁ ଟାଣିନେବ । ଏହାଦ୍ୱାରା ନବୀନ ପଟ୍ଟନାୟକଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ ସାମାଜିକ ସୁରକ୍ଷା ଯୋଜନା ଗୁଡିକ ପ୍ରଭାବିତ ହେବ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡିଶା ଗୋଟିଏ ବିତ୍ତୀୟ ନିଅଣ୍ଟ ରାଜ୍ୟରୁ ବଳକା ଆର୍ଥିକ ରାଜ୍ୟ ହୋଇପାରି ଥିଲା । ଓଡ଼ିଶାର ବିତ୍ତୀୟ ନିଅଣ୍ଟ ଯାହା ୨୦୨୫-୨୬ରେ ୩.୪ ପ୍ରତିଶତ ହେବ ବୋଲି ଆକଳନ ହୋଇଥିଲା ତାହା ବାସ୍ତବରେ ୩.୫ ପ୍ରତିଶତ ହୋଇଥିଲା । ସେହିପରି ଆଉଟଷ୍ଟାଣ୍ଡିଂ ଲାଇବଲିଟି (ବକେୟା ଦେୟ) ଯାହା ୨୦୨୫-୨୬ରେ ଜିଏସଡିପିର ୧୩ ପ୍ରତିଶତ ଥିଲା, ତାହା ଏବେ ୧୪ପ୍ରତିଶତରେ ପହଁଚିଛି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟର ଆର୍ଥିକ ସ୍ଥିତି ଧୀରେ ଧୀରେ ବିଗୁଡୁଛି । ଖଣିରୁ ବକେୟା ପ୍ରାପ୍ୟ ଥିବା ଏକ ଲକ୍ଷ କୋଟି ଟଙ୍କା ଓଡ଼ିଶାର ଆର୍ଥିକ ସ୍ଥିତିକୁ ମଜବୁତ କରିଥାନ୍ତା । କିନ୍ତୁ, ଏମଏମଡିଆର ସଂଶୋଧନ ଆକ୍ଟ ପାରିତ ହେବା ପରେ ଏହି ଆଶା ପାଣିରେ ମିଳାଇ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking