28.1 C
Bhubaneswar
Thursday, August 27, 2026
Homeଦେଶ ବିଦେଶଆମେରିକାରେ ବଡ଼ ଧରଣର ଭିସା ବାତିଲ୍ ଅଭିଯାନ

ଆମେରିକାରେ ବଡ଼ ଧରଣର ଭିସା ବାତିଲ୍ ଅଭିଯାନ

ୱାସିଂଟନ: ଆମେରିକା ସରକାର ଦେଶର ଇତିହାସରେ ଏକ ବଡ଼ ଭିସା ବାତିଲ୍ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଦ୍ୱାରା ପ୍ରାୟ ୨ ଲକ୍ଷ ବିଦେଶୀ ନାଗରିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟର ମୁଖପାତ୍ର ଟମି ପିଗୋଟ୍ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ନେତୃତ୍ୱରେ ଆମେରିକା ସରକାର ଏହା ସ୍ପଷ୍ଟ କରୁଛନ୍ତି ଯେ ଭିସା କୌଣସି ଅଧିକାର ନୁହେଁ, ବରଂ ଏକ ବିଶେଷାଧିକାର।ମୁଖପାତ୍ରଙ୍କ ଅନୁଯାୟୀ, ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ସହ ମିଶି ଷ୍ଟେଟ୍ ଡିପାର୍ଟମେଣ୍ଟ ଏପରି ବିଦେଶୀ ନାଗରିକମାନଙ୍କୁ ଚିହ୍ନଟ କରୁଛି, ଯେଉଁମାନେ ଅସ୍ଥାୟୀ ଭିସାରେ ଆମେରିକା ଆସି ପରବର୍ତ୍ତୀ ସମୟରେ ରାଜନୈତିକ ଆଶ୍ରୟ ଲୋଡିଛନ୍ତି କିମ୍ବା ସ୍ଥାୟୀ ଭାବେ ରହିବାକୁ ଚେଷ୍ଟା କରୁଛନ୍ତି। ଯଦି କୌଣସି ବ୍ୟକ୍ତି ଭିସା ଆବେଦନ ସମୟରେ କନସୁଲାର ଅଫିସରଙ୍କ ନିକଟରେ ନିଜର ପ୍ରକୃତ ଉଦ୍ଦେଶ୍ୟ ଲୁଚାଇ ମିଥ୍ୟା ତଥ୍ୟ ଦେଇଥାନ୍ତି, ତେବେ ତାହାକୁ ”ଭିସା ଜାଲିଆତି” ଭାବେ ଗ୍ରହଣ କରାଯାଇ ତୁରନ୍ତ ଭିସା ବାତିଲ କରାଯିବ। ଅସ୍ଥାୟୀ ଭିସା କେବଳ ନିର୍ଦ୍ଧାରିତ ସମୟ ପରେ ନିଜ ଦେଶକୁ ଫେରିବାର ସର୍ତ୍ତରେ ଦିଆଯାଇଥାଏ ବୋଲି ସେ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking