26.1 C
Bhubaneswar
Saturday, November 28, 2026
Homeଦେଶ ବିଦେଶମହିଳା ସଂରକ୍ଷଣ ସଂଶୋଧନ ବିଲ୍‌: ଇଣ୍ଡି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ

ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌: ଇଣ୍ଡି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ନେଇ ଆଜି ବିରୋଧୀ ଇଣ୍ଡି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବସିବାକୁ ଥିବା ଏହି ବୈଠକରେ ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବିରୋଧୀ ଦଳ। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌କୁ ଅନୁମୋଦନ ଦେଇଛନ୍ତି । ଏହା ପରେ ବିରୋଧୀ ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଏହି ବିଲ୍‌ ବିରୋଧରେ ସଂସଦରେ କିଭଳି ଢଙ୍ଗରେ ଲଢ଼େଇ କରାଯିବ, ସେ ନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ। ସେପଟେ ଶରଦ ପାୱାରଙ୍କ ଏନସିପି(ଏସପି) ଏହି ବିଲ୍‌କୁ ସର୍ତ୍ତମୂଳକ ସମର୍ଥନ ଦେବାକୁ ଘୋଷଣା କରିବା ପରେ ଇଣ୍ଡି ମେଣ୍ଟରେ ଫାଟ ପଦାରେ ପଡ଼ିଛି ।ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିପାରେ ବୋଲି ଚର୍ଚ୍ଚା କରାଯାଉଛି। ଏସବୁ ଭିତରେ ବିରୋଧୀ ଦଳ ଗୁଡ଼ିକୁ ଏହି ବିଲ୍‌ ବିରୋଧରେ ଏକାଠି ଲଢ଼ିବାକୁ ଅପିଲ୍‌ କରିପାରେ କଂଗ୍ରେସ। ନୂତନ ପ୍ରସ୍ତାବ ଅନୁଯାୟୀ, ସମସ୍ତ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ସମାନୁପାତିକ ଭାବେ ୫୦ ପ୍ରତିଶତ ବୃଦ୍ଧି କରାଯିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking