30.1 C
Bhubaneswar
Saturday, May 4, 2024
Homeଓଡିଶାସୋସିଆଲ ମିଡ଼ିଆରେ ଓଡ଼ିଶାର ନାରୀ ଜାତିକୁ ଅସମ୍ମାନ, ୟୁଟ୍ୟୁବର୍‌ ଶଙ୍କରଙ୍କୁ ଗିରଫ ଦାବିରେ ମହିଳା ଥାନା...

ସୋସିଆଲ ମିଡ଼ିଆରେ ଓଡ଼ିଶାର ନାରୀ ଜାତିକୁ ଅସମ୍ମାନ, ୟୁଟ୍ୟୁବର୍‌ ଶଙ୍କରଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ

ଭୁବନେଶ୍ୱର: ବାଲେଶ୍ୱର ଅଞ୍ଚଳର ୟୁଟ୍ୟୁବର୍‌ ଉମାକାନ୍ତ ପାଣିଗ୍ରାହୀ ଓରଫ୍‌ ଶଙ୍କର ଓମ୍‌ ଶରଣମ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଓଡ଼ିଶାର ନାରୀ ଜାତିକୁ ଅସମ୍ମାନିତ କରୁଛନ୍ତି । ଏହାକୁ ପ୍ରତିବାଦ କରି ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡୁଡୁନ୍‌ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମହିଳା ଥାନା ଘେରାଉ କରାଯାଇଥିଲା ।

ଶଙ୍କର ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ମା’, ଭଉଣୀ, ମାଉସୀ, ଝିଅ ଓ ବୋହୂମାନଙ୍କୁ ଶାଳୀ ବୋଲି ସମ୍ୱୋଧନ କରି ସେମାନଙ୍କ ମାତୃ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ସହ ସେମାନଙ୍କ ଚରିତ୍ରର ଅପୂରଣୀୟ କ୍ଷତି କରିଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଟ୍ରଷ୍ଟର ପକ୍ଷରୁ କୁହାଯାଇଛି । ଅଧ୍ୟକ୍ଷା ଡ. ବନ୍ଦନା ହରିଚନ୍ଦନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେଇଥିଲେ । ସେମାନେ ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking