35.1 C
Bhubaneswar
Monday, April 27, 2026
Homeଓଡିଶାଅନୁଗୁଳ ଟାଉନ ଥାନା ନିକଟରେ ମହିଳାଙ୍କୁ ଛୁରାମାଡ଼

ଅନୁଗୁଳ ଟାଉନ ଥାନା ନିକଟରେ ମହିଳାଙ୍କୁ ଛୁରାମାଡ଼

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ PTC ଛକ ନିକଟରେ ମହିଳାଙ୍କୁ ଛୁରା ମାଡ଼। ଏକ ବାଇକ ଶୋରୁମ୍‌ରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଛୁରାମାଡ଼। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ମହିଳା ଜଣଙ୍କ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଅଞ୍ଚଳର ଲିଟୁ ବେହେରାଙ୍କ ସ୍ତ୍ରୀ ତୁଳସୀ ବେହେରା ବୋଲି ଜଣା ପଡିଛି। ତୁଳସୀଙ୍କ ମାଙ୍କ ଅଭିଯୋଗ ଅନୁସାରେ, ତୁଳସୀ ଏବଂ ଲିଟୁ କିଛି ବର୍ଷ ତଳେ ବିବାହ କରିଥିଲେ। କୌଣସି କାରଣରୁ ଦୁହେଁ କିଛି ଦିନ ହେବ ଅଲଗା ରହୁଥିଲେ। ତୁଳସୀ ତାଙ୍କ ମାଙ୍କ ସହ ରହି PTC ଛକ ନିକଟରେ ଥିବା ବାଇକ ଶୋରୁମରେ କାର୍ଯ୍ୟ  କରନ୍ତି। ଲିଟୁ ଅଧିକାଂଶ ଦିନ ଶୋରୁମକୁ ଯାଇ ତୁଳସୀଙ୍କ ସହ ଝଗଡା କରୁଥିଲେ। ଆଜି ବି ଲିଟୁ ଶୋରୁମକୁ ଯାଇ ଝଗଡ଼ା କରିଥିଲେ। ଝଗଡ଼ାରେ ଉତକ୍ଷୀପ୍ତ ହୋଇ ଏକ ଛୁରା ବାହାର କରି ତୁଳସୀଙ୍କ ମୁହଁ ଓ ପେଟକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଛି। ଫଳରେ ତୁଳସୀ ଗୁରୁତର ହୋଇଛନ୍ତି। ତୁଳସୀଙ୍କ ଅଭିଯୋଗ ଅନୁସାରେ ପୁଲିସ ଲିଟୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking