ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି ।ଗଞ୍ଜାମ ଓ ରାୟଗଡ଼ାର ୭ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଉକ୍ତ ଟିମରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଡିଏସପି ବୈଦେହୀ କୁମାରୀ ବେହେରା, ଇନସ୍ପେକ୍ଟର ଦୀପ୍ତି ରଞ୍ଜନ ଓଝା, ଏଏସଆଇ ଦୁର୍ଗା ପ୍ରସାଦ ହୋତା, କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ ଓ ଲକ୍ଷ୍ମିପତି ବେହେରା ଏହି ଟିମରେ ରହିଥିବା ବେଳେ ଗୁରୁବାର ଏହି ଚଢାଉ ରାୟଗଡ଼ାରେ ହୋଇଥିବା ସୂଚନା ମିଳିଛି । ତାଙ୍କ ଘରୁ ସୁନା ଗହଣା ସହ ବିଭିନ୍ନ ଦସ୍ତାବିଜର ଯାଞ୍ଚ ଚାଲିଛି । ସମସ୍ତ ସୂଚନା ଯାଞ୍ଚ ପରେ ଦିଆଯିବ ବୋଲି ଭିଜିଲାନ୍ସ ତରଫରୁ କୁହାଯାଇଛି ।










