33.1 C
Bhubaneswar
Tuesday, May 19, 2026
Homeଓଡିଶାଆଇନ୍ ବାଲିଘାଟ ଚଢ଼ାଉ ବେଳେ ପୁଲିସ ଉପରକୁ ପଥର ମାଡ଼

ଆଇନ୍ ବାଲିଘାଟ ଚଢ଼ାଉ ବେଳେ ପୁଲିସ ଉପରକୁ ପଥର ମାଡ଼

ଭୂବନେଶ୍ୱର: ଆଇନ୍ ବାଲିଘାଟ ଚଢାଉ ବେଳେ ପୁଲିସ ଉପରକୁ ଟେକା ପଥର ମାଡ଼ । ଗୁରୁତର ହେଲେ ଥାନା ଅଧିକାରିଣୀ ରେଣୁବାଳା ସାହୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତର ଶିବ ମନ୍ଦିର ନିକଟରେ । ଆଜି ସକାଳ ସମୟରେ ମହୁଲପାଳ ପଞ୍ଚାୟତର କଣପାଳ ଗ୍ରାମରେ ଥିବା  ସରକାରୀ ବାଲିଘାଟ ଉପରେ ଭୁବନ ପୁଲିସ ଚଢାଉ କରିଥିଲା । ପୁଲିସକୁ ଦେଖି ଦୁଇଟି ବାଲି ବୋଝାଇ ଟ୍ରାକ୍ଟର ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗୋଟିଏ ଟ୍ରାକ୍ଟର କୁ କାବୁ କରିନେଇଥିଲା ଭୁବନ ପୁଲିସ । ଉତକ୍ଷିପ୍ତ ହୋଇ ଟ୍ରାକ୍ଟର ଚାଳକ ଏବଂ ଅନ୍ୟ ଗାଡ଼ିର ଚାଳକ, ହେଲ୍ପରମାନେ ପୁଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ଏମିତିକି ଭୁବନ ଆଇଆଇସି ରେଣୁବାଳା ସାହୁଙ୍କ ବାମ ହାତକୁ ମୋଡ଼ି ଅଖଞ୍ଜ କରି ମାଡ଼ ମାରିଥିଲେ । ଉପସ୍ଥିତ ଥିବା ଅନ୍ୟ ଚାରି ଜଣ ପୁଲିସ କର୍ମଚାରୀମାନଙ୍କ ସହଯୋଗରେ ସେଠାରୁ ଆଇଆଇସି ବେଆଇନ ବାଲି ବୋଝାଇ ଟ୍ରାକ୍ଟରକୁ ଜବତ କରିବା ସହିତ ଆକ୍ରମଣ କରିଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ହେପାଜତକୁ ନେଇଛନ୍ତି । ଘଟଣାସ୍ଥଳରେ କାମାକ୍ଷାନଗର ଉପଖଣ୍ଡ ଦାୟିତ୍ୱରେ ଥିବା ଆରକ୍ଷୀ ଅଧୀକ୍ଷକ ଚିତ୍ତରଞ୍ଜନ ବେହେରା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ହାତ ମୋଡ଼ିଥିବା ଯୁବକ ଜଣକ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଜଗୋଲା ଗ୍ରାମର ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking