29.1 C
Bhubaneswar
Tuesday, April 28, 2026
Homeଓଡିଶାମେ’ ୯ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ’ ୯ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଚଳିତବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ’ ୯ ତାରିଖରେ ଖୋରଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋରଧା ଜିଲା ଆଇନ ସେବା ପ୍ରାଧିକରଣ ସଚିବ ସଲୋମୀ ସାହୁ ପ୍ରକାଶ କରିଛନ୍ତି। ଏହି ଦିନ ରାଜ୍ୟର ଉଚ୍ଚ ନ୍ୟାୟାଳୟ ସମେତ ସମସ୍ତ ପ୍ରମୁଖ କୋର୍ଟରେ ଲୋକ ଅଦାଲତ ଅନୁଷ୍ଠିତ ହେବ।ଲୋକ ଅଦାଲତରେ ବିଭିନ୍ନ କିସମ ମାମଲାର ଆପୋସ ବୁଝାମଣା ଜରିଆରେ ସମାଧାନ କରାଯିବ। ଲୋକ ଅଦାଲତର ଯଥେଷ୍ଟ ପୂର୍ବରୁ ବିଭାଗୀୟ ଅଦାଲତ କିମ୍ବା ଆଇନ ସେବା ବିଭାଗ ପାଖରେ ନିଜ ନିଜର ମାମଲା ଆଗତ କରାଇ ଏହାର ଫଇସଲା କରିବା ପାଇଁ ଯତ୍ନବାନ ହେବାକୁ ଆଇନ୍‌ ସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking