33.1 C
Bhubaneswar
Sunday, May 31, 2026
Homeଓଡିଶାରାସ୍ତା ଉପରେ ହବିଷ ପାଳିଲେ ମହିଳା

ରାସ୍ତା ଉପରେ ହବିଷ ପାଳିଲେ ମହିଳା

ଢେଙ୍କାନାଳ: ଭୁବନ ଢେଙ୍କାନାଳ ମୁଖ୍ୟ ରାସ୍ତା ଉପରେ ହବିଷ ପାଳିଲେ ମହିଳା। ରାସ୍ତା ଉପରେ ବାଲୁକା ପୂଜା କରି ହବିଷ କଲେ ମଣିପୁର ଗ୍ରାମର ଶତାଧିକ ମହିଳା  ଫଳରେ ଭୁବନ ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ଦୀର୍ଘ ସମୟ ବନ୍ଦ ରହିଥିଲା। ଢେଙ୍କନାଳ ଜିଲ୍ଲାର ଭୁବନ ବ୍ଲକ ଏକତାଳି ପଞ୍ଚାୟତ ମଣିପୁର ଗ୍ରାମରେ ଘଟିଛି ଘଟଣା। ମଣିପୁର ଗ୍ରାମରେ ୨୭ କୋଟି ଟଙ୍କାର ନିର୍ମାଣାଧୀନ ସ୍ୱଚ୍ଛ ଜଳ ପ୍ରକଳ୍ପ ମେଘା ପ୍ରୋଜେକ୍ଟ କର୍ତ୍ତୃପକ୍ଷଙ୍କ ମନମାନି କାରଣରୁ ମଣିପୁର ଗ୍ରାମବାସୀ ନଦୀପଠାକୁ ଯିବା ପାଇଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବହୁବାର ରାସ୍ତା ପାଇଁ ଅଭିଯୋଗ କରିଛନ୍ତି । କିନ୍ତୁ ମେଘା ପ୍ରୋଜେକ୍ଟ ଏହାକୁ ଖାତିର ନକରି ନଦୀପଠାକୁ ସଂଯୋଗ କରୁଥିବା ରାସ୍ତାରେ ଭାରିଯାନ ଚଳାଇ ରାସ୍ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking