32.1 C
Bhubaneswar
Thursday, September 3, 2026
Homeଦେଶ ବିଦେଶଡ୍ରୋନ୍‌ ଉପରେ ୧୦୦% ଶୁଳ୍କ ଲଗାଇଲା ଆମେରିକା

ଡ୍ରୋନ୍‌ ଉପରେ ୧୦୦% ଶୁଳ୍କ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଡ୍ରୋନ କ୍ଷେତ୍ରରେ ଚୀନ ଉପରେ ନିର୍ଭରଶୀଳତା କମାଇବା ଓ ଘରୋଇ ଉତ୍ପାଦନକୁ ବଢାଇବା ଲକ୍ଷ୍ୟରେ ଆମେରିକା ବଡ ପଦକ୍ଷେପ ନେଇଛି । ଆମେରିକାରେ ଆମଦାନି ହେଉଥିବା କିଛି ଡ୍ରୋନ ଓ ଏହାର ନିର୍ଦ୍ଦିଷ୍ଟ ଉପକରଣ ଉପରେ ୧୦୦ ପ୍ରତିଶତ ଯାଏଁ ଆମଦାନି ଶୁଳ୍କ ଲାଗୁ ହୋଇଛି । ନୂଆ ଶୁଳ୍କ ଗୁରୁବାରଠୁ କାର୍ଯ୍ୟକାରୀ ହୋଇଛି । ବିଦେଶୀ ଡ୍ରୋନ ଓ ଏହାର ଉପକରଣ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦେଶର ଜାତୀୟ ସୁରକ୍ଷା ପାଇଁ ଏକ ସମ୍ଭାବ୍ୟ ବିପଦ ବୋଲି ଆମେରିକା କହିଛି । ଏହି କାରଣରୁ ଆମେରିକା ନିଜ ଦେଶରେ ଡ୍ରୋନ ଉତ୍ପାଦନ ଓ ଏହାର ଯୋଗାଣ ଶୃଙ୍ଖଳକୁ ମଜବୁତ କରିବାକୁ ଚାହୁଁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟରେ ଏ ସମ୍ପର୍କିତ ଆଦେଶରେ ସ୍ୱାକ୍ଷର କରିଥିଲେ । ନୂଆ ବ୍ୟବସ୍ଥା ଅନୁସାରେ ୨୫ କିଲୋଗ୍ରାମରୁ ଅଧିକ ଓଜନର ଡ୍ରୋନ , ଥର୍ମାଲ ଅମେଜିଂ ସୁବିଧା ଥିବା ଡ୍ରୋନ ଓ ଡ୍ରୋନ ଡକିଂ ଷ୍ଟେସନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗିବା ଅନ୍ୟ ପକ୍ଷରେ ବିଶ୍ୱ ଡ୍ରୋନ୍‌ ବଜାରରେ ଚୀନ୍‌ର ପ୍ରଭାବ ବହୁତ ଅଧିକ। ଚୀନ୍‌ର ପ୍ରମୁଖ ଡ୍ରୋନ୍‌ କମ୍ପାନି ଡିଜେଆଇ ବିଶ୍ୱ ବଜାରର ଦୁଇ-ତୃତୀୟାଂଶରୁ ଅଧିକ ଅଂଶ ଦଖଲ କରିଥିବା ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking