28.1 C
Bhubaneswar
Friday, April 26, 2024
Homeଅପରାଧମହିଳାଙ୍କ ସହ ପଡୋଶୀ କଲା ଏପରି କାଣ୍ଡ...

ମହିଳାଙ୍କ ସହ ପଡୋଶୀ କଲା ଏପରି କାଣ୍ଡ…

ବିହାର : ବିହାରର ଜାମୁଇଠାରେ ମହିଳାଙ୍କ ସହ ଗଣ ଦୁଷ୍କର୍ମର ମମାମଲା ସାମାନାକୁ ଆସିଛି । ମହିଳାଙ୍କ ପଡୋଶୀ ତାଙ୍କ ଘରେ ପଶି ମହିଳାଙ୍କୁ ବାନ୍ଧିଦେଇଥିଲେ ଓ ତାଙ୍କ ନାବାଳକ ପୁଅ ଆଗରେ ମା’କୁ ଗଣଦୁଷ୍କର୍ମ କରିଥିଲେ । ଦୁବୁର୍ତ୍ତ ମାନେ ମହିଳାଙ୍କ ସହ ମାରପିଟ ମଧ୍ୟ କରିଥିଲେ । ଏବେ ମହିଳାଙ୍କ ଅବସ୍ଥା ଗମ୍ଭୀର ଅଛି ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ଆରୋପ ଅନୁସାରେ ସୋମବାର ରାତିରେ ସେ ନିଜ ପୁଅ ସହ ଘରେ ଶୋଇଥିଲେ । ଏହି ସମୟରେ ଘର ପାଖରେ ରହୁଥିବା ସୁଖଦେବ ଯାଦବ ଓ ମହେନ୍ଦ୍ର ଯାଦବ ଘରେ ପଶି ଯାଇଥିଲେ ଓ ମହିଳାଙ୍କ ସହ ଖରାପ ବ୍ୟବହାର କରିଥିଲେ । ତାଙ୍କ ହାତରୁ ରୁପା ଚୁଡି ମଧ୍ୟ କାଢି ନେଇଥିଲେ ଓ ଏହପରେ ଗଣ ଦୁଷ୍କର୍ମ କରିଥିଲେ । ଏହସହ କାହାକୁ କହିବା ପାଇଁ ମନା କରିଥିଲେ ଓ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।
ମହିଳା ଜଣକ ମଙ୍ଗଳବାରକୁ ନିଜ ପୁଅ ସହ ଥାନାରେ ପହଞ୍ଚି ରିପୋର୍ଟ ଲେଖାଇଥିଲେ । ପିଡୀତା ମହିଳାଙ୍କ ଆବେଦନ ପରେ ଥାନା ଅଧିକାରୀ କହିଛନ୍ତି ଯେ, ପ୍ରଥମେ ମହିଳା ଜଣଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଥିଲା ସେଠାରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ସେ ଏବେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ଏହାପରେ ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ଅରୋପୀଙ୍କୁ ଖୋଜିବାରେ ଲାଗିଛି ଓ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking