28.1 C
Bhubaneswar
Thursday, March 28, 2024
Homeଓଡିଶାପୌରପାଳିକା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ବୁଲି ଦେଖିଲେ ନରସିଂହ, ସ୍ଥାନୀୟ ନିଯୁକ୍ତି ଉପରେ ଦେଲେ ଗୁରୁତ୍ୱ

ପୌରପାଳିକା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ବୁଲି ଦେଖିଲେ ନରସିଂହ, ସ୍ଥାନୀୟ ନିଯୁକ୍ତି ଉପରେ ଦେଲେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) – ଆଜି ସକାଳୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସହରର ୱାର୍ଡ ନଂ ୧୮ ଓ ୨୧ ସ୍ଥିତ ପୌରପାଳିକା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଛନ୍ତି । ବଲାଙ୍ଗିର ପୌରପାଳିକା ଦ୍ୱାରା ନିର୍ମିତ ଏହି ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଗୁଡିକର ସୁପରିଚାଳନା କରି ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରକୃତ ଉଦ୍ୟମ କରିବା ସହିତ ଉପରୋକ୍ତ କାର୍ଯ୍ୟକ୍ରମମାନଙ୍କରେ ସ୍ଥାନିୟ ଲୋକଙ୍କ ନିଯୁକ୍ତି ଉପରେ ଗୁରତ୍ୱ ଦେବାକୁ ପୌର ଅଧିକାରୀ ବିପିନ ଦୀପଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗିର ପୌରପାଳିକାର ନିମନ୍ତ୍ରଣ କ୍ରମେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ୱାର୍ଡ ନଂ ୧୮ ବିଜାଖମନ ସ୍ଥିତ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ପହଞ୍ଚି ଥିଲେ । ପୌର ଅଧିକାରୀଙ୍କ ସମେତ ସ୍ୱଚ୍ଛସାଥି, ସ୍ୱଚ୍ଛ ସୁପରଭାଇଜର, ନବ ନିଯୁକ୍ତ ପୌରପାଳିକା ଡ୍ରାଇଭର ଓ କାର୍ଯ୍ୟକ୍ରମରେ ନିୟୋଜିତ ମହିଳା ଏସଏଜି ଗୃପ ର ସଦସ୍ୟମାନେ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ପରିଚାଳନା କେନ୍ଦ୍ରକୁ ପାଛୋଟି ନେଇଥିଲେ । ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦୀପ ବିଧାୟକଙ୍କୁ ସମସ୍ତ ପ୍ରକଳ୍ପ ବୁଲାଇ ଦେଖାଇବା ସହିତ ପରିଚାଳନା ବିଧୀ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ । ପରେ ପରେ ବିଧାୟକ ୱାର୍ଡ ନଂ ୨୧ ଓ ଚମାର ଟିକ୍ରା ଠାରେ ନିର୍ମିତ ହେଉଥିବା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ବୁଲି ଦେଖାଇଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ନିଜ ପ୍ରତିକ୍ରୀୟାରେ କହଥିଲେ ଯେ, ମୂଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଥାଇ ବିଭିନ୍ନ ପ୍ରକଳ୍ପ ର ଭର୍ଚୁଏଲ ଉଦଘାଟନ କରୁଛନ୍ତି । କିନ୍ତୁ ଏହି ବିଷୟରେ ସେ, ସ୍ଥାନିୟ ବିଧାୟକମାନଙ୍କୁ ବିଶ୍ୱାସରେ ନଉ ନାହାନ୍ତି । ଫଳରେ ବିଭୀନ୍ନ ସରକାରୀ କାର୍ଯ୍ୟକ୍ରମର ପରିଚାଳନାରେ ତୃଟି ପରିଲକ୍ଷିତ ହେଉଛି । ସେ ଯାହ ହେଉ ଏହା ଏକ ମହତ ପରିକଳ୍ପନା । ସ୍ୱଚ୍ଛତା ପ୍ରତି ଉଭୟ ପୌରପାଳିକା ଓ ଜନସାଧାରଣଙ୍କ ଅବହେଳା ଯୋଗୁଁ ସହର ସ୍ୱଚ୍ଛ ରହି ପାରୁ ନାହିଁ । ପ୍ରଥମ ପରିଚାଳନା କେନ୍ଦ୍ର କାର୍ଯ୍ୟକାରୀ ହୋଇପାରି ନାହିଁ । ଆଶା କରୁଛି ଏହି ପରିକଳ୍ପନା ର ଉଦ୍ଦେଶ୍ୟ ସଫଳ ହେବ । ତେବେ ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ଲୋକଙ୍କୁ ନିଯୁକ୍ତ କରାଗଲେ ସହର ସ୍ୱଚ୍ଛ ହେବା ସହ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜି ବିଧାୟକଙ୍କ ପରିଦର୍ଶନ ସମୟରେ ବିଜାଖମନ ବାସିନ୍ଦା ବିଧାୟକଙ୍କୁ ଦେଖା କରି ଅଂଚଲରେ ବିଜୁଳି ଓ ପିଇବା ପାଣି ସମସ୍ୟା ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲ କରି ସମସ୍ୟାରେ ତୁରନ୍ତ ସମାଧାନ ଦିଗରେ କାମ କରିବା ପାଇଁ କହିଥିଲେ । ସେହିପରି ଚମାରଟିକ୍ରା ସ୍ଥିତ କେନ୍ଦ୍ର ପରିଦର୍ଶନ ସମୟରେ ଆବଶ୍ୟକ ଛାତ୍ର ସଂଖ୍ୟା ଥିବା ସତ୍ୱେ ଚମାରଟିକ୍ରା ପ୍ରାଥମିକ ସ୍କୁଲ କୁ ବନ୍ଦ କରାଯିବା ନେଇ ସରକାରୀ ଚିଠି ଆସିଥିବା ସ୍ଥାନୀୟ ଅଭିଭାବକ ବିଧାୟକଙ୍କୁ ଜଣାଇଥିଲେ । ଉତ୍ତରେ କୌଣସି ମତେ ସ୍କୁଲ ବନ୍ଦ କରାଯିବ ନାହିଁ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ବାମଦେବ ମିଶ୍ର , ଉମା ଶଙ୍କର ପଣ୍ଡା, ବୁଲୁ ଦାନୀ, କୁଳମଣୀ ସାହୁ, ସଞ୍ଜୟ ମିଶ୍ର, ମାନସ ମହାନ୍ତି,ସୋମ୍ୟଜିତ ସୁରାଫ, ସୁରେନ୍ଦ୍ର ହସପାଲ, ବିଜୟ ଖର୍ସେଲ, ସୁନିଲ ପଟ୍ଟନାୟକ,ଫକିର ଥାଟି, ଟିଟୁ ରଣା ଓ ଜୟନାରାୟଣ ବହିଦାର ପ୍ରମୂଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ସହରାଞ୍ଚଳରେ ଜନ ସଂଖ୍ୟା ବଢିବା ସଂଗେ ସଂଗେ ଏଠାରେ ବର୍ଯ୍ୟବସ୍ତୁ ପରିମାଣ ମଧ୍ୟ ବଢି ଚାଲିଛି । ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ପ୍ରଭାବିତ କରୁଛି । ଏହି ବର୍ଯ୍ୟବସ୍ତୁ ପରିଚାଳନା ଓ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ଗ୍ରିନ ଟ୍ରିବୁନାଲଙ୍କ ନିର୍ଦ୍ଦେଶ କ୍ରମେ ରଜ୍ୟ ଗୃହ ଓ ସହର ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟରେ ୩୦ଟି ୟୁଏଲବି ର ବ୍ୟବସ୍ଥା କରାଯାଇଛି । ବଲାଙ୍ଗିର ପୌରପାଳିକା ମଧ୍ୟ ଏହାର ଏକ ସଦସ୍ୟ ରହିଛି । ସହରର ବର୍ଯ୍ୟବସ୍ତୁ ପରିଚାଳନା କରାଯିବା ପାଇଁ ସହରକୁ ୩ ଟି ଜୋନରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜୋନରେ ଓଦା ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଗୋଟିଏ ଅଣୁ ଜୈବ ସାର ପ୍ରକ୍ରିୟା କେନ୍ଦ୍ର (ଏମସିସି) ଓ ଶୁଖିଲା ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଗୋଟିଏ ବସ୍ତୁ ପୁନର୍ଲାଭ କେନ୍ଦ୍ର (ଏମଆରଏଫ) ନିର୍ମିତ କରାଯାଇଛି । ଯାହାର କ୍ଷମତା ଦିନ ପ୍ରତି ୫ ଟନ ରହିଛି । ବର୍ଯ୍ୟବସ୍ତୁ ପରିଚାଳନା ପରେ ଶୁଖିଲା ବର୍ଯ୍ୟବସ୍ତୁରୁ ପଲିଥିନ ଅଲଗା କରାଯାଇ ବରଗଡ ସିମେଣ୍ଡ କାରଖାନକୁ ପଠାଯାଉଛିି । କାଚ ବୋତଲ ଓ ଟିଣ ଭଳି ବର୍ଯ୍ୟବସ୍ତୁକୁ ସ୍ଥାନୀୟ କବାଡିମାନଙ୍କୁ ବିକ୍ରି କରାଯାଇ ଏହାର ପୁନଃ ଉପେଯାଗ କରାଯାଉଛି । ସେହିପରି ଓଦା ବର୍ଯ୍ୟବସ୍ତୁରୁ ବିଭୀନ୍ନ ପ୍ରକ୍ରୀୟାରେ ଖତ ତିଆରି କରାଯାଇ ଜନହୀତରେ ଲଗାଯାଉଥିବା ପୌର ନିର୍ବାହି ଅଧିକାରୀ ବିପିନ ଦୀପ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking