39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମହିଳାଙ୍କୁ ଦୁର୍ବ୍ୟବହାର ମାମଲା: ବିଜେପି ନେତା ଶ୍ରୀକାନ୍ତ ଗିରଫ

ମହିଳାଙ୍କୁ ଦୁର୍ବ୍ୟବହାର ମାମଲା: ବିଜେପି ନେତା ଶ୍ରୀକାନ୍ତ ଗିରଫ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ନୋଏଡାରେ ଜଣେ ମହିଳାଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ୟୁପି ପୁଲିସ ମଙ୍ଗଳବାର ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ମିରଟ ସହରରୁ ଗିରଫ କରିଛି । ଅଦାଲତରେ ହାଜର କରାଯିବାପରେ ବିଚାରପତି ତାଙ୍କୁ ୧୪ ଦିନ ପାଇଁ ହାଜତକୁ ପଠାଇଛନ୍ତି । ସୂଚନାଯୋଗ୍ୟ କିଛିଦିନ ପୂର୍ବେ ନୋଏଡାସ୍ଥିତ ‘ଗ୍ରାଣ୍ଡ ଓମାକ୍ସ’ ଆପାର୍ଟମେଣ୍ଟ ପରିସରରେ ଶ୍ରୀକାନ୍ତ ଚାରାରୋପଣ କରିବାକୁ ଯାଉଥିବାବେଳେ ଜଣେ ମହିଳା ଏହାର ପ୍ରତିବାଦ କରିଥିଲେ । ଏଥିରେ ଶ୍ରୀକାନ୍ତ ଉତ୍‌କ୍ଷିପ୍ତ ହୋଇ ଉକ୍ତ ମହିଳାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଫଜିତ କରିଥିଲେ । ଥାନାରେ ଏତଲା ଦାଏର କରାଯିବାପରେ ଶ୍ରୀକାନ୍ତ ଫେରାର ହୋଇଯାଇଥିଲେ । ତେବେ ମୋବାଇଲ ଫୋନକୁ ଟ୍ରାକିଂ କରି ପୁଲିସ ଶ୍ରୀକାନ୍ତଙ୍କୁ ଗିରଫ କରିଛି । ସୋମବାର ପୁଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ଆପାର୍ଟମେଣ୍ଟରେ ବେଆଇନଭାବେ ଶ୍ରୀକାନ୍ତ ନିର୍ମାଣ କରିଥିବା ବାସଭବନକୁ ବୁଲଡୋଜର ଦ୍ୱାରା ଭଙ୍ଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking