34.1 C
Bhubaneswar
Wednesday, May 1, 2024
Homeଓଡିଶାଅଭିନବ ଉପାୟରେ ପ୍ରତିବାଦ ଜଣାଇଲା ଜଙ୍ଗଲି ଦନ୍ତାହାତୀ

ଅଭିନବ ଉପାୟରେ ପ୍ରତିବାଦ ଜଣାଇଲା ଜଙ୍ଗଲି ଦନ୍ତାହାତୀ

ମୟୁରଭଞ୍ଜ: ଜଙ୍ଗଲି ଜୀବନ୍ତୁମାନଙ୍କର ବଞ୍ଚିବାର ଅଧିକାର ବିପଦରେ ଥିବା ବେଳେ ଜଙ୍ଗଲରେ ଉପଲବ୍ଧ ହେଉନି ଆବଶ୍ୟକ ଖାଦ୍ୟ। କଷ୍ଟଦାୟକ ହୋଇ ପଡ଼ିଛି ଜଙ୍ଗଲି ଜୀବନ୍ତୁମାନଙ୍କ ଜୀବନଧାରଣ। ଆବଶ୍ୟକ ଖାଦ୍ୟ ବିନା ବଞ୍ଚିବେ କେମିତି ବୋଲି ସରକାର ଓ ବନବିଭାଗକୁ ପ୍ରଶ୍ନ କରି ଅଭିନବ ଉପାୟରେ ଦାବି ଜଣାଇଛି ଜଙ୍ଗଲି ଦନ୍ତାହାତୀ। ଆଜି ନିକଟ ଜଙ୍ଗଲରୁ ୬୧ନଂ ରାଜ୍ୟ ରାଜପଥରେ ଚାଲି ଚାଲି ଆସି ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ଠାରେ ଥିବା ଏଫ୍ ସି ଆଇ ଗୋଦାମରେ ପଶି ସଟର ଭାଙ୍ଗି ଚାଉଳ ଅଖାବୁରା କାଢ଼ି ନିର୍ଦ୍ଵନ୍ଦରେ ଖାଇଥିବା ଦେଖିବାକୁ ମିଳିଛି। ଯାହା ଖାଦ୍ୟ ଅଭାବରୁ ଜଙ୍ଗଲି ଜୀବଜନ୍ତୁଙ୍କ ଭୋକର ଯନ୍ତ୍ରଣାକୁ ସରକାର ଓ ବନବିଭାଗର ଦୃଷ୍ଟିକୁ ଆଣିବାକୁ ଉଦ୍ୟମ କରିଛି ନିରୀହ ଅସହାୟ ଦନ୍ତାହାତୀ।

ତେବେ ସରକାର ବନବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରତିବର୍ଷ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଅନୁଦାନ ମଞ୍ଜୁର କରୁଛନ୍ତି। ବିଭାଗ ଗଛ ଲଗାଉଛି ଜଙ୍ଗଲ ସୃଷ୍ଟି ହେଉଛି କିନ୍ତୁ ଯାଉଛି କୁଆଡ଼େ ଏହାର ଜବାବ ଦେବ କିଏ ବୋଲି ପ୍ରଶ୍ନ ଉଠୁଛି। ସେହିପରି ଜଙ୍ଗଲ ଭିତରେ ଜୀବଜନ୍ତୁମାନଙ୍କ ପାଇଁ ଜଳାଶୟ ସୃଷ୍ଟି କରାଯାଉଛି ହେଲେ ଏହା ପ୍ରାୟତଃ କାମରେ ଆସୁନି କିନ୍ତୁ ନାମକୁ ସମୀକ୍ଷା କରି ବିପୁଳ ଅର୍ଥ ବିନିଯୋଗ କୋଉ ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ଏହାବ୍ୟତତ ଜଙ୍ଗଲରେ ଜଳ ସଂରକ୍ଷଣ ପାଇଁ ମନରେଗା ଯୋଜନାରେ ଛୋଟ ଛୋଟ ଗାତ ଖୋଳା ନାମରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଥିଲା ବେଳେ ଏହା କେତେ କାମକୁ ଆସିଛି କିଏ ଲାଭବାନ ହୋଇଛି ତାର ବାସ୍ତବ ସମୀକ୍ଷା ହେବା ଉଚିତ୍ ବୋଲି ମତପ୍ରକାଶ ପାଉଛି।

ମାତ୍ର ଜଙ୍ଗଲି ଜୀବଜନ୍ତୁ ନିର୍ବାକ ବୋଲି ଏହାର ଫାଇଦା ନେଇ ତାଙ୍କୁ ସବୁପ୍ରକାର ନିର୍ଯ୍ୟାତନା ସହିବାକୁ ପଡୁଛି। ଯାହାର ନୀରବ କିନ୍ତୁ ଅଭିନବ ଉପାୟରେ ପ୍ରତିବାଦ ଜଣାଇ ଏହାର ତଦନ୍ତ ସହ ଆଗକୁ ସମସ୍ତ ସୁବିଧାସୁଯୋଗ ଜଙ୍ଗଲରେ ସୃଷ୍ଟି କରିବାକୁ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ଉଦ୍ୟମ କରିଛି ନିରୀହ ଦନ୍ତାହାତୀ। ଅନ୍ୟପଟେ ଅଳ୍ପଦିନ ପୂର୍ବରୁ ବାରିପଦା ସହର ଭିତରକୁ ପଶି ଆସିଥିଲା ଜଙ୍ଗଲି ହାତୀ। ମାତ୍ର ସବୁ ସମସ୍ୟାର ସମାଧାନ ଗୋଟିଏ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଜୀବନଧାରଣର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବା। ତେବେ ଦିଗରେ ଆଗକୁ ସରକାର ଏବଂ ବନବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking