29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର; ବ୍ରେକ୍ ନେବା ଉଚିତ୍ ନଚେତ୍ କେହି ସାହାଯ୍ୟ କରିପାରିବେନି

ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର; ବ୍ରେକ୍ ନେବା ଉଚିତ୍ ନଚେତ୍ କେହି ସାହାଯ୍ୟ କରିପାରିବେନି

ଶ୍ରୀନଗର : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଶିଷ୍ଟ ରଣନୀତିଜ୍ଞ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଶାନ୍ତ କିଶୋର, ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ଗୁରୁମନ୍ତ୍ର ଦେଇଛନ୍ତି । ପ୍ରଶାନ୍ତ କହିଛନ୍ତି, ରାହୁଲ ବର୍ତ୍ତମାନ ସମୟରେ ନିଜକୁ ବ୍ରେକ୍ ଦେବା ଉଚିତ୍ । ରାହୁଲ ଯଦି ବର୍ତ୍ତମାନ ସମୟରେ ନିଜ ପାଦ ପଛକୁ ନ ଫେରାନ୍ତି ଏବଂ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଆଗକୁ ଆସିବାକୁ ସୁଯୋଗ ନ ଦିଅନ୍ତି ତେବେ କଂଗ୍ରେସକୁ କେହି ମଧ୍ୟ ରକ୍ଷା କରିପାରିବେନି । ଯେଉଁ ପର୍ଯ୍ୟନ୍ତ କଂଗ୍ରେସକୁ ସାହାଯ୍ୟର ଆବଶ୍ୟକତା ଥିବା ହୃଦ୍‌ବୋଧ ନ ହୋଇଛି ସେସମୟ ଯାଏ କେହି ବି ସାହାଯ୍ୟ କରିପାରିବେନି । ପିଟିଆଇ ସମ୍ପାଦକଙ୍କ ସହ ସାକ୍ଷାତକାର ଅବସରରେ ପ୍ରଶାନ୍ତ କିଶୋର ଏହି ପ୍ରକାର ବାର୍ତ୍ତା କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରଖିଚନ୍ତି ।

ପ୍ରଶାନ୍ତ ଏହି ଅବସରରେ ଭବିଷ୍ୟବାଣୀ କରିବାକୁ ଯାଇ କହିଛନ୍ତି, ବିଜେପି ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ଏଥର ଭଲ ପ୍ରଦର୍ଶନ କରିବ ଏବଂ ଅଧିକ ଆସନରେ ବିଜୟୀ ହେବାର ସମସ୍ତ ଲକ୍ଷଣ ସେ ଦେଖିବାକୁ ପାଉଛନ୍ତି । ପୂର୍ବ ଭାରତରେ ମଧ୍ୟ ବିଜେପି ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବିଜେପିର ଆସନ ସଂଖ୍ୟା ନିଶ୍ଚିତ ଭାବେ ବୃଦ୍ଧି ପାଇବ । ମୋଟ।।ମୋଟି ବିଜେପି ଏବେ ନିଜ ଭୋଟ୍‌ବ୍ୟାଙ୍କ୍‌କୁ ବଢ଼ାଇବାରେ ଲାଗିଛି । ଏସବୁ କଂଗ୍ରେସ ପାଇଁ ଆଦୌ ଶୁଭଙ୍କର ନୁହେଁ । ଗତ ୧୦ ବର୍ଷ ମଧ୍ୟରେ ରାହୁଲ ଗାନ୍ଧୀ ଦଳ ପାଇଁ ଅସମର୍ଥ ପ୍ରମାଣିତ ହୋଇଛନ୍ତି । ଏହାସତ୍ତ୍ୱେ ସେ ଅନ୍ୟଙ୍କୁ ସୁଯୋଗ ଦେଉନାହାନ୍ତି କିମ୍ବା ମାର୍ଗ ପରିହାର କରୁନାହାନ୍ତି ।

ରାହୁଲ ସର୍ବପ୍ରଥମେ ନିଜ ଅସାମର୍ଥ୍ୟତାକୁ ସ୍ୱୀକାର କରିବା ଉଚିତ୍ ଏବଂ ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ଦାୟିତ୍ୱରେ ଦଳକୁ ଛାଡିଦେବା ଉଚିତ୍ । ପ୍ରଶାନ୍ତ କିଶୋରଙ୍କ କହିବାନୁସାରେ ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ସବୁପ୍ରକାର ଚେଷ୍ଟା କରି ଦେଖିସାରିଛି କିନ୍ତୁ ଏହାର କୌଣସି ସୁଫଳ କଂଗ୍ରେସକୁ ମିଳିନାହିଁ । ଏବେ ବି ସମୟ ଅଛି । ଅନ୍ତତଃ ଦଳର ଭବିଷ୍ୟତ ତଥା ମଙ୍ଗଳ ପାଇଁ ରାହୁଲଙ୍କୁ ଏବଂ ସର୍ବୋପରି କଂଗ୍ରେସକୁ ଏପ୍ରକାର କିଛି କଠିନ ନିଷ୍ପତ୍ତି ନେବାକୁ ହେବ, ଯାହା ଦଳକୁ ମଜବୁତ୍ କରିବ । କଂଗ୍ରେସକୁ ପରାମର୍ଶ ଦେଇ ପ୍ରଶାନ୍ତ କହିଛନ୍ତି ଯଦି ଗତ ୧୦ବର୍ଷ ଧରି କରୁଥିବା ପ୍ରୟାସରେ ସଫଳତା ମିଳୁନାହିଁ ତେବେ ସେହି କାର୍ଯ୍ୟରୁ ସାମୟିକ ବ୍ରେକ୍ ବା ବିରତି ନେବାରେ କୌଣସି ଦ୍ୱନ୍ଦ୍ୱ ନରହିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking