39.1 C
Bhubaneswar
Friday, April 26, 2024
Homeଅପରାଧସ୍ତ୍ରୀ ସାଜିଲା ସ୍ୱାମୀର ହତ୍ୟାକାରୀ

ସ୍ତ୍ରୀ ସାଜିଲା ସ୍ୱାମୀର ହତ୍ୟାକାରୀ

ଜଗତସିଂହପୁର (ପ୍ରତାପ କୁମାର ସିଂହ): ସ୍ୱାମୀକୁ ହାଣି ହତ୍ୟା କଲା ନିଜ ସ୍ତ୍ରୀ। ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଶାନ୍ତ ସାମଲ, ତାଙ୍କ ସ୍ତ୍ରୀ କବିତା ସାମଲଙ୍କୁ ପୁଲିସ୍ ଥାନାରେ ଅଟକ ରଖିଛି।
ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତିରେ କୌଣସି କଥାକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ କବିତା ସ୍ୱାମୀଙ୍କ ଉପରେ ବହୁତ ରାଗି ଯାଇ ଥିଲେ। ତେଣୁ ସୁଶାନ୍ତ ଶୋଇବା ପରେ କବିତା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।
ଆଜି ସକାଳେ କବିତା ଘଟଣା ସମ୍ପର୍କରେ ତାଙ୍କର କିଛି ସମ୍ପର୍କୀୟଙ୍କୁ କହିଥିଲେ। ଏନେଇ ସମ୍ପର୍କୀୟ ମାନେ ବାଲିକୁଦା ଥାନାରେ ଜଣାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ କବିତାକୁ ଥାନାକୁ ନେଇ ଅଟକ ରଖିଛି।
ସୁଶାନ୍ତ ଓ କବିତାଙ୍କର ଦୁଇଟି ପିଲା ଅଛନ୍ତି। ସୁଶାନ୍ତ ମଦ ପିଇ ବହୁ ସମୟରେ କବିତାଙ୍କ ସହିତ ଝଗଡ଼ା କରୁଥିଲେ ବୋଲି ବାଲିକୁଦା ଥାନା ଅଧିକାରୀ ସର୍ବେଶ୍ୱର ବେହେରା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking