39.1 C
Bhubaneswar
Friday, April 26, 2024
Homeଅପରାଧସ୍ତ୍ରୀ କୁ ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ

ସ୍ତ୍ରୀ କୁ ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ

ମୟୂରଭଞ୍ଜ : ପୁଣି କଳଙ୍କିତ ହେଲା ସ୍ୱାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ । ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀରଖି ସାତଜନ୍ମ ପାଇଁ ସୁରକ୍ଷା ଦେବାର କଥା ଦେଇ ଅଧାବାଟରେ ହାତ ଛାଡିଲା ସ୍ୱାମୀ ଦେଇଥିବା କଥା ଭୁଲି ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ୱାମୀ। ନୃଶଂସ ଭାବେ କୁରାଢ଼ିରେ ଛେଚି ହତ୍ୟା କରିଥିବା ଦେଖିବାକୁ ମିଳିଛି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମାଳିହତା ଗ୍ରାମରେ। ତେବେ ଏଠାକାର ବାସିନ୍ଦା ଶିବପ୍ରସାଦ ମହାନ୍ତ(ଶିବୁ) ୫୧ବର୍ଷ ବସବାସ କରିଆସୁଥିଲେ । ବେଶ ହସଖୁସିରେ ଚାଲିଥିଲା ତାଙ୍କ ସଂସାର । କିନ୍ତୁ କିଛିଦିନ ହେବ ତାଙ୍କ ହସଖୁସିର ସଂସାରରେ ଲାଗିଥିଲା ଗ୍ରହଣ । ଆଉ ଶିବପ୍ରସାଦ ମାନସିକ ବିକୃତି ରୋଗରେ ଆକ୍ରାନ୍ତ ହୋଇ ସବୁବେଳେ ପରିବାର ଏବଂ ଜମିବାଡ଼ିକୁ ନେଇ ବିବ୍ରତ ରହୁଥିଲେ। ସେହିପରି ଗୁଣିଗାରେଡି କରୁଥିବା ଯୋଗୁଁ ପ୍ରାୟତଃ ନିଶାସକ୍ତ ରହୁଥିବା କୁହାଯାଉଛି । ତେବେ କାଲି ରାତିରେ ସମସ୍ତେ ଖାଇ ଶୋଇବା ପରେ ଅଚାନକ ଶିବପ୍ରସାଦ ବିଛଣାରେ ଶୋଇଥିବା ସ୍ତ୍ରୀ ମଞ୍ଜଦରୀର ମୁଣ୍ଡକୁ ଲକ୍ଷ୍ୟକରି କୁରାଢୀରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲା । ତେବେ ଅପ୍ରତ୍ୟାଶିତ ଶବ୍ଦ ଶୁଣି ତାଙ୍କର ପୁଅ ଦେଖିଲା ବେଳକୁ କୁରାଢ଼ୀରେ ଛେଚି ବାପା ଶିବପ୍ରସାଦ ମାଆ ମଞ୍ଜଦରୀକୁ ହତ୍ୟା କରିଛନ୍ତି । ଭୟଭୀତ ହୋଇ ପୋଡ଼ଶୀଙ୍କୁ ଡାକିବା ସହିତ ମୋରଡ଼ା ଥାନା ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଶିବପ୍ରସାଦକୁ ଗିରଫ କରିବା ସହିତ ବ୍ୟବହୃତ କୁରାଢ଼ୀ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ସେହିପରି କିଛିଦିନ ହେବ କୌଣସି କାରଣରୁ ଶିବପ୍ରସାଦ ମାନସିକ ଭାରସାମ୍ୟ ହରାଇ ଏପଟସେପଟ କଥାବାର୍ତ୍ତା କରିବା ସାଙ୍ଗକୁ ସବୁବେଳେ ନିଶାସକ୍ତ ରହୁଥିବା କହିଛନ୍ତି ପରିବାରର ସଦସ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking