39.1 C
Bhubaneswar
Wednesday, April 24, 2024
Homeଓଡିଶାମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ

ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ

ଯାଜପୁର : ଯାଜପୁର ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର । ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ ଗତିରେ କରାଯିବ ବୋଲି ନିଷ୍ପତି ହୋଇଥିଲା । ଭିତ୍ତିଭୂମିର ବିକାଶ ହେବା ପରେ ଏହି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ସେହିପରି ଯାଜପୁର ଜିଲାର ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଂଟର ଏବଂ ଜିଲ୍ଲା ସଦର ମହକୁମାରେ ୨ୟ ଏମସିଏଚ ବିଲ୍ଡିଂ ହେବା ପରେ ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲା ମେଡିକାଲ ହେବାକୁ ଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଅବସରରେ ଯାଜପୁର ବ୍ଳକ ଅଧିକାରୀ ସୌରଭ ଚକ୍ରବର୍ତ୍ତୀ, ତହସିଲଦାର ସୁଶାନ୍ତ କୁମାର ପତି, ଯାଜପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking