39.1 C
Bhubaneswar
Friday, April 26, 2024
Homeଓଡିଶାସ୍ତ୍ରୀ ଆତ୍ମହତ୍ୟା ମାମଲା: ସ୍ୱାମୀକୁ ୭ବର୍ଷ ଜେଲ୍‌

ସ୍ତ୍ରୀ ଆତ୍ମହତ୍ୟା ମାମଲା: ସ୍ୱାମୀକୁ ୭ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ଜଣେ ମହିଳା ଓ ତାଙ୍କ ୧୧ମାସର ଶିଶୁପୁତ୍ରର ମୃତ୍ୟୁ ଘଟଣାର ଶୁଣାଣିକରି ମହିଳାଙ୍କ ସ୍ୱାମୀଙ୍କୁ ୭ବର୍ଷ ଜେଲ୍‌ଦଣ୍ଡ ଓ ୨୫ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ଦର୍ଶାଯାଇଛି । ଘଟଣାରୁ ପ୍ରକାଶ ଯେ, ସାହାରପଡା ବ୍ଲକ ଓସ୍ତଯୋଡି ଗ୍ରାମର ଗୋପବନ୍ଧୁ ବେହେରା(୩୦) ଗୁଜୁରାଟରେ କାମ କରୁଥିବାରୁ ତାଙ୍କ ସ୍ତ୍ରୀଙ୍କୁ ହରିଚନ୍ଦନପୁର ବ୍ଲକ ଝରାପୋଖରିଆରେ ତାଙ୍କ ଭିଣୋଇ ବାଇଲୋଚନ ବେହେରାଙ୍କ ଘରେ ଛାଡିକି ଯାଇଥିଲେ । ସେହି ସମୟରେ ସ୍ତ୍ରୀର ଏକ ପୁତ୍ରସନ୍ତାନ ହୋଇଥିଲା ।

ପୁଅ ହେବା ପରେ ପିତୃତ୍ୱକୁ ନେଇ ସ୍ୱାମୀ ସନ୍ଦେହ କରିଥିଲା । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା । ୨୦୧୭ ମସିହା ଜୁଲାଇ ୨୨ ତାରିଖରେ ସାହାରପଡା ବ୍ଲକ ଓସ୍ତଯୋଡି ଗ୍ରାମରେ ସସ୍ମିତା ବେହେରାଙ୍କ ଝୁଲନ୍ତା ମୃତଦେହ ଏକ ଗଛରୁ ପାଟଣା ପୁଲିସ ଉଦ୍ଧାର କରିଥିଲା । ତାଙ୍କର ୧୧ମାସର ଶିଶୁପୁତ୍ର କ୍ଷୀତିଶ ବେହେରାଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ଘଟଣା ସମ୍ପର୍କରେ ମୃତା ସସ୍ମିତାଙ୍କ ଭାଇ ଗୁରୁଚରଣ ବେହେରା ପାଟଣା ଥାନାରେ ଅଭିଯୋଗ କରିଥିଲେ ।

ପୁଅକୁ ମାରିବା ପରେ ସ୍ତ୍ରୀକୁ ଆତ୍ମହତ୍ୟା କରିବାକୁ ବାପ ବାଧ୍ୟ କରିଥିବା ନେଇ ଅଭିଯୋଗ ହୋଇଥିଲା । ପାଟଣା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ପରେ ଅଭିଯୁକ୍ତ ଗୋପବନ୍ଧୁଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ବିଚାରାଧୀନ ବନ୍ଦୀ ଭାବେ କେନ୍ଦୁଝର ଜେଲରେ ଥିଲେ । ୧୧ଜଣ ସାକ୍ଷୀ ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଆଜି ଜିଲ୍ଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ୩୦୬ ଦଫାରେ ଗୋପବନ୍ଧୁ ବେହେରାଙ୍କୁ ଦୋଷୀ ସାବ୍ୟସ୍ତକରି ଦଣ୍ଡାଦେଶ ଦେଇଛନ୍ତି । ମାମଲାକୁ ପବ୍ଲିକ୍ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking