37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ

କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧୀୟ ନିୟମରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍‌ବିଆଇ) କିଛି ପରିବର୍ତ୍ତନ କରିଛି। ଏହି ନୂତନ ନିୟମ ୧ଜୁଲାଇ ୨୦୨୨ରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । ଜୁଲାଇ ପହିଲାରୁ କାର୍ଡ କାରବାରର ଟୋକେନାଇଜେସନ୍ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି । ଆର୍‌ବିଆଇ ଅନୁଯାୟୀ, ଏଥିରେ କାର୍ଡର ବିବରଣୀ ସେୟାର ହେଉନଥିବାରୁ ଟୋକେନାଇଜଡ୍ କାର୍ଡ କାରବାର ଅଧିକ ସୁରକ୍ଷିତ ହେବ । ଏଥିସହିତ, ଆର୍‌ବିଆଇଦ୍ୱାରା ଓଟିପି ଆଧାରିତ ଦେୟର ସୀମା ମଧ୍ୟ ବୃଦ୍ଧି କରାଯାଇଛି ।

ଟୋକେନାଇଜଡ୍ ସେବାଗୁଡ଼ିକ ଅଧୀନରେ, କାର୍ଡ ସୁବିଧା ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ବିକଳ୍ପ କୋଡ୍ ସୃଷ୍ଟି ହୁଏ । ଏଥିରେ, କାର୍ଡର ୧୬ ଅଙ୍କ ସଂଖ୍ୟା ପରିବର୍ତ୍ତେ, ସୃଷ୍ଟି ହୋଇଥିବା ଅନନ୍ୟ ସଂଖ୍ୟା ବ୍ୟବହୃତ ହେବ । ଏହାକୁ ଏକ ଟୋକନ୍ କୁହାଯାଏ । ଏହାକୁ ବ୍ୟବହାର କରି, କୌଣସି ତୃତୀୟ ପକ୍ଷ ପାଖରେ ଆପଣଙ୍କର କାର୍ଡର ସୂଚନା ରହିବ ନାହିଁ ।

ଏଥିପାଇଁ ଆପଣଙ୍କର କାର୍ଡ ସୂଚନା ସେଭ୍ କରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ କାର୍ଡଧାରୀମାନଙ୍କୁ ଏହି ସିଷ୍ଟମ ପାଇଁ ସମ୍ମତି ଦେବାକୁ ପଡ଼ିବ । କାର୍ଡର ଟୋକେନାଇଜେସନ୍ ପାଇଁ ଶେଷ ତାରିଖ ୩୦ଜୁନ୍ ୨୦୨୧ ଥିଲା, କିନ୍ତୁ ବ୍ୟାଙ୍କ ଏବଂ କାର୍ଡ କମ୍ପାନୀଗୁଡ଼ିକର ଆବେଦନ ପରେ ଏହା ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହାପରେ ସମୟସୀମାକୁ ଆଉ ଛଅ ମାସ ପାଇଁ ବୃଦ୍ଧି କରାଯାଇଛି ଏବଂ ବର୍ତ୍ତମାନ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ଟୋକେନାଇଜେସନ୍ ପାଇଁ ଶେଷ ତାରିଖ ୩୦ ଜୁନ୍ ୨୦୨୨ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking