34.1 C
Bhubaneswar
Thursday, May 9, 2024
Homeଜାତୀୟ ବିଜ୍ଞାନ ଦିବସ-2024କାହିଁକି ପାଳନ ହୁଏ ଜାତୀୟ ବିଜ୍ଞାନ ଦିବସ ?

କାହିଁକି ପାଳନ ହୁଏ ଜାତୀୟ ବିଜ୍ଞାନ ଦିବସ ?

ନୂଆଦିଲ୍ଲୀ : ସାରା ଦେଶରେ ଫେବୃଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ଆଜିର ଦିନରେ ହିଁ ଦେଶର ମହାନ୍ ବେଜ୍ଞାନିକ ସିଭି ରମଣ ‘ରମଣ ପ୍ରଭାବ’ ଅବା ‘ରମଣ ରଶ୍ମି’ର ଆବିଷ୍କାର କରିଥିଲେ ।ଏହି ଆବିଷ୍କାର ଲାଗି ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ଗ୍ରହଣ କରିବାରେ ସେ କେବଳ ଭାରତରେ ନୁହେଁ ବରଂ ଏସିଆ ମହାଦେଶରେ ମଧ୍ୟ ପ୍ରଥମ ଥିଲେ ।୧୯୨୮ ମସିହା ଫେବୃଆରୀ ୨୮ରେ ପ୍ରଖ୍ୟାତ ଭୌତିକ ବିଜ୍ଞାନୀ ସର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ ଏହା ଆବିଷ୍କାର କରିଥିଲେ । ତେଣୁ ‘ଜାତୀୟ ବିଜ୍ଞାନ ଏବଂ ବୈଷୟିକ ଯୋଗାଯୋଗ ପରିଷଦ’ର ଅନୁମୋଦନ କ୍ରମେ ଫେବୃଆରୀ ୨୮ ତାରିଖକୁ ଆମ ଦେଶରେ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ତେବେ ୧୯୮୭ ମସିହାରେ ପ୍ରଥମ ବିଜ୍ଞାନ ଦିବସ ପାଳିତ ହୋଇଥିଲା । ଯାହାର ମୂଳ ଲକ୍ଷ୍ୟ ହେଉଛି ବିଜ୍ଞାନର ପ୍ରଚାର ଓ ପ୍ରସାର । ବିଶେଷ କରି ଲୋକମାନଙ୍କୁ ବିଜ୍ଞାନ ଭିତ୍ତିକ ଗବେଷଣା, ଆବିଷ୍କାର ଏବଂ ଦ୍ରୈନନ୍ଦିନ ଜୀବନରେ ବିଜ୍ଞାନର ଗୁରୁତ୍ୱ ଉପରେ ବୁଝାଇବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking