29.1 C
Bhubaneswar
Thursday, May 9, 2024
Homeଜାତୀୟ ବିଜ୍ଞାନ ଦିବସ-2024ଆସନ୍ତୁ ଜାଣିବା ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ...

ଆସନ୍ତୁ ଜାଣିବା ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ…

ନୂଆଦିଲ୍ଲୀ : ଆମ ଦେଶରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ବିଜ୍ଞାନର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପଢିବା ପ୍ରତି ଆକୃଷ୍ଟ କରିବା, ସାଧାରଣ ଭାବେ ଲୋକମାନଙ୍କୁ ବିଜ୍ଞାନମନସ୍କ କରିବା ହେଉଛି ଏହାର ଅନ୍ୟତମ ଲକ୍ଷ୍ୟ। ଏହି ଦିନ ବିଭିନ୍ନ ସ୍କୁଲ, କଲେଜ ଓ ବିଜ୍ଞାନ ଅନୁଷ୍ଠାନଗୁଡିକରେ ବିଜ୍ଞାନ ସମ୍ବନ୍ଧରେ ବିଭିନ୍ନ ଆଲୋଚନା, ସେମିନାର ଅନୁଷ୍ଠିତ ହୋଇଥାଏ। ଆମ ଦେଶରେ ଜଣେ ଯଶସ୍ବୀ ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ (ଯାହାକୁ ସି.ଭି. ରମଣ ଭାବେ ସମେସ୍ତ ଜାଣନ୍ତି) ୧୯୨୮ ମସିହା ଫେବୃଆରୀ ୨୮ ତାରିଖ ଦିନ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ଆବିଷ୍କାର କରିଥିଲେ। ଏହା ଆଲୋକ ବିଚ୍ଛୁରଣ ଉପରେ ପର୍ଯ୍ୟବେସିତ ଥିଲା ଏବଂ ଏହି ଆବିଷ୍କାରକୁ ତାଙ୍କ ନାମନୁସାରେ ‘ରମଣ ପ୍ରଭାବ’ କୁହାଯାଉଛି। ଏହି କୃତିତ୍ୱ ପାଇଁ ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ମଯର୍‌ୟାଦଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ସେ ଥିଲେ ଏସିଆ ମହାଦେଶର ପ୍ରଥମ ବୈଜ୍ଞାନିକ। ଏଣୁ ତାଙ୍କ ସମ୍ମାନରେ ଫେବୃଆରୀ ୨୮ ତାରିଖକୁ ଆମ ଦେଶରେ ‘ଜାତୀୟ ବିଜ୍ଞାନ ଦିବସ’ ରୂପେ ପାଳନ କରାଯାଉଛି।ସି.ଭି. ରମଣ ୧୮୮୮ମସିହା ନଭେମ୍ବର ମାସ ୭ତାରିଖରେ ତାମିଲନାଡୁର ତ୍ରିଚିନାପଲ୍ଲୀ ନିକଟସ୍ଥ ଗୋଟିଏ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking