29.1 C
Bhubaneswar
Wednesday, May 1, 2024
Homeମନୋରଞ୍ଜନରଣବୀରଙ୍କୁ ଅଢେଇ କୋଟି ଟଙ୍କାର ଉପହାର

ରଣବୀରଙ୍କୁ ଅଢେଇ କୋଟି ଟଙ୍କାର ଉପହାର

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଲଭ୍ ବାର୍ଡ ରଣବୀର କପୁର ଓ ଆଲିଆ ଭଟ୍ଟ। ସୋସିଆଲ୍ ମିଡିଆରେ ରଣବୀର-ଆଲିଆଙ୍କ ବିବାହ ବେଳର ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଆପଣ ଜାଣିଛନ୍ତି କି ରଣବୀର ଓ ଆଲିଆଙ୍କୁ ତାଙ୍କର ବିବାହରେ କଣ ଉପହାର ମିଳିଛି ?

ସୂଚନାନୁଯାୟୀ, ରଣବୀର-ଆଲିଆଙ୍କ ନିର୍ବନ୍ଧ ବିବାହ ଦିନ ହୋଇଛି। ଏହି ଅବସରରେ ରଣବୀରଙ୍କୁ ତାଙ୍କ ଶାଶୁ ଏକ ବ୍ୟାଣ୍ଡ ଉପାହାର ଦେଇଥିବା ବେଳେ ଆଲିଆଙ୍କୁ ହୀରା ମୁଦି ଉପହାର ମିଳିଛି। ଆଲିଆଙ୍କ ମା ସୋନି ରାଜଦାନ ତାଙ୍କ ଜ୍ଵାଇଁଙ୍କୁ ଅଢେଇ କୋଟି ଟଙ୍କାର ଘଡ଼ି ଉପହାର ଦେଇଛନ୍ତି।

ରୀତିନୀତି ଅନୁଯାୟୀ, ବିବାହରେ ସାମିଲ ହୋଇଥିବା ବନ୍ଧୁବର୍ଗଙ୍କୁ ମଧ୍ୟ ଉପହାର ମିଳିଥାଏ। ରଣବୀର-ଆଲିଆଙ୍କ ବିବାହରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କୁ ଆଲିଆଙ୍କ ପସନ୍ଦର ଦାମୀ କାଶ୍ମୀର ସାଲ୍ ମିଳିଛି। ସେହିପରି ରଣବୀରଙ୍କ ଶାଳୀମାନେ ତାଙ୍କର ଜୋତା ଲୁଚାଇ ୧୧.୫ କୋଟି ଟଙ୍କା ଡିମାଣ୍ଡ କରିଥିଲେ ହେଲେ ଆଲିଆଙ୍କ ଭଉଣୀମାନଙ୍କୁ ଅଳ୍ପକେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବହୁ ମସ୍ତି-ମଜାକ ପରେ ରଣବୀର ଆଲିଆଙ୍କ ଭଉଣୀମାନଙ୍କୁ ଏକ ଲକ୍ଷ ଟଙ୍କାର ଲଫାପା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking