31.1 C
Bhubaneswar
Friday, May 10, 2024
Homeଓଡିଶାଭୁବନେଶ୍ୱରଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। କ୍ରମସହ ଏହା ଅଧିକ ଘନିଭୂତ ହୋଇ ବାତ୍ୟା ରୂପନେଇପାରେ ବୋଲି ଆଶଙ୍କା କରାଯାଇଛି। ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ପରବର୍ତ୍ତୀ ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ଏହା କେତେ ଶକ୍ତିଶାଳୀ ହେବ, ବାତ୍ୟା ରୂପ ନେବ କି ନାହିଁ, ଗତିପଥ କ’ଣ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ।

ଅନ୍ୟପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୫ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସହ ୬ରେ ଅବପାତ ଓ ୭ରେ ବାତ୍ୟା ରୂପ ନେଇପାରେ । ୮ ତାରିଖବେଳକୁ ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ)ରେ ପରିଣତ ହୋଇପାରେ । ପବନର ବେଗ ୧୨୦ କିଲୋମିଟର ଛୁଇଁବା ଆଶଙ୍କାର ରହିଛି । ଏହା ଉତ୍ତର-ପଶ୍ଚିମଦିଗରେ ୬ ତାରିଖ ପରେ ଗତି କଲେ ଓଡ଼ିଶାକୁ ମୁହାଁଇବା ସମ୍ଭାବନା ରହିଛି ।

ଅନୁମାନ କରାଯାଉଛି, ପାରାଦୀପରୁ ଶ୍ରୀକାକୁଲମ ବା ଶ୍ରୀକାକୁଲମରୁ ମଛଲିପଟ୍ଟନମ ଭିତରେ ଏହା ସ୍ଥଳଭାଗ ଛୁଇଁପାରେ। ୮ ତାରିଖ ସନ୍ଧ୍ୟା ପରେ ଉପକୂଳରେ ବର୍ଷା ଆରମ୍ଭ ହେବ । ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୩୬ ଘଣ୍ଟା ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ବା ସଂଲଗ୍ନ ଅଞ୍ଚଳରେ ଛୁଇଁଲେ, ଉଭୟ ପବନ ଓ ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking