30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଆମେ ଅସ୍ଥିରତା ରୋକିବୁ: ଅସରଫ ଗନି

ଆମେ ଅସ୍ଥିରତା ରୋକିବୁ: ଅସରଫ ଗନି

କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ବଢୁଥିବା ପଦକ୍ଷେପ ଓ ଇସ୍ତଫା ଦେବା ଖବର ମଧ୍ୟରେ ରାଷ୍ଟ୍ରପତି ଅସରଫ ଗନି ଦେଶକୁ ସମ୍ବୋଧିତ କରି କହିଛନ୍ତି ଆମେ ଅସ୍ଥିରତା ରୋକିବୁ । ରିପୋର୍ଟ ଅନୁସାରେ, ଆଫଗାନୀ ଲୋକଙ୍କୁ ନିଜ ସମ୍ବୋଧନରେ ରାଷ୍ଟ୍ରପତି ଅସରଫ ଗନି କହିଥିଲେ, ସେ ସ୍ଥିତି ଉପରେ ସ୍ଥାନୀୟ ନେତା ଓ ଅନ୍ତରାଷ୍ଟ୍ରୀୟ ଭାଗୀଦାରଙ୍କ ସହିତ ପରାମର୍ଶ କରୁଛନ୍ତି ।

ବର୍ତମାନ ସ୍ଥିତିରେ ରକ୍ଷା ଓ ସୁରକ୍ଷା ବଳକୁ ପୁଣି ଥରେ ସଂଗଠିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଗନୀ ଏହାକୁ ନେଇ କିଛି ସଂକେତ ଦେଇନାହାନ୍ତି ଯେ, ସେ ପଦରୁ ଇସ୍ତଫା ଦେବେ ନା ବର୍ତମାନ ସ୍ଥିତିର ଦାୟିତ୍ୱ ସମ୍ଭାଳିବେ । ହେଲେ ସେ କହିଛନ୍ତି, ଯୁଦ୍ଧ ପାଇଁ ଚେଷ୍ଟା କରିବା ଓ ସମାପ୍ତ କରିବା ପାଇଁ ସେ ପରାମର୍ଶ କରୁଛନ୍ତି ।
କହିରଖୁଛୁ, ତାଲିବାନ ଶୁକ୍ରବାର ଦିନ ଲୋଗହର ପ୍ରାନ୍ତର ରାଜଧାନୀ ପୁଲ ଏ ଆଲମ ଉପରେ ବି କବଜା କରିନେଇଛନ୍ତି । ଏବେ ସେଠାରୁ କାବୁଲ ମାତ୍ର ୫୦ କିଲୋମିଟର ଦୂର । ତାଲିବାନ ନିଜର ଆଧ୍ୟାତ୍ମିକ ଗଡ କନ୍ଧାର, ଯାହା ଆଫଗାନିସ୍ତାନର ଦ୍ୱିତୀୟ ବଡ ସହର ତାକୁ ବି ନିୟନ୍ତ୍ରଣ କରିନେଇଛନ୍ତି । ବର୍ତମାନ ସରକାରଙ୍କ ନିୟନ୍ତ୍ରଣରେ ମାତ୍ର କିଛିଟା ସହର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking