30.1 C
Bhubaneswar
Thursday, April 25, 2024
Homeକରୋନାପଞ୍ଜାବରେ ଏବେ ପ୍ରବେଶ ପାଇଁ ସଂପୂର୍ଣ୍ଣ ଭ୍ୟାକ୍ସିନେସନ କିମ୍ବା ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ

ପଞ୍ଜାବରେ ଏବେ ପ୍ରବେଶ ପାଇଁ ସଂପୂର୍ଣ୍ଣ ଭ୍ୟାକ୍ସିନେସନ କିମ୍ବା ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ

ଚଣ୍ଡୀଗଡ: କରୋନାର ତୃତୀୟ ଲହର ଆଶଙ୍କା ଏବେ ବି ଜାରି ରହିଛି । ଏହି ଆଶଙ୍କା ମଧ୍ୟରେ ଏବେ ପଂଜାବ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି । ଏବେ ପଂଜାବରେ ସୋମବାରରୁ ପ୍ରବେଶ ପାଇଁ  ସଂପୂର୍ଣ୍ଣ ଟିକାକରଣର ସାର୍ଟିଫିକେଟ କିମ୍ବା କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ତା ପରେ ହିଁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ । ହିମାଚଳ ପ୍ରଦେଶ ଓ ଜମ୍ମୁରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯିବ ।
ରାଜ୍ୟ ସରକାର ଏକ ବୟାନରେ କହିଛନ୍ତି, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସୋମବାରରୁ ରାଜ୍ୟରେ ପ୍ରବେଶ କରିବାକୁ ଥିବା ସବୁ ଲୋକଙ୍କ ପାଇଁ ଅନିବାର୍ଯ୍ୟ ଭାବେ ସଂପୂର୍ଣ୍ଣ ଭ୍ୟାକ୍ସିନେସନ କିମ୍ବା ନେଗେଟିଭ ଆରଟିପିସିଆର  ରିପୋର୍ଟ ପାଇଁ ଆଦେଶ ଦେଇଛନ୍ତି । ବିଶେଷ ଭାବରେ ହିମାଚଳ ପ୍ରଦେଶ ଓ ଜମ୍ମୁରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ । କାରଣ ସେଠାରେ କରୋନା ପଜିଟିଭ ମାମଲା ଅଧିକ ରହିଛି ।
ପଂଜାବରେ ଶୁକ୍ରବାର କରୋନା ଭାଇରସ ର ୮୯  ନୂଆ ମାମଲା ଆସିବା ପରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୯୯ ହଜାର ୮୪୬ ହୋଇଛି । ରାଜ୍ୟରେ ଶୁକ୍ରବାର କୋବିଡରେ ମୃତ୍ୟୁ ସଂଖ୍ୟା କିଛି ସାମ୍ନାକୁ ଆସିନାହିଁ ।  ତେବେ ବର୍ତମାନ ମୃତକଙ୍କ ସଂଖ୍ୟା ୧୬୩୩୪ ରହିଛି । ଅମୃତସରରେ ୧୯, ମୋହାଲିରେ ୧୦ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣରେ ଏପର୍ଯ୍ୟନ୍ତ ୫ ଲକ୍ଷ ୮୨ ହଜାର ୯୪୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ୫୬୮ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking