27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶୱାଙ୍ଖେଡେଙ୍କୁ ପୁଣି ଟାର୍ଗେଟକଲେ ନୱାବ୍ ମାଲିକ୍‌

ୱାଙ୍ଖେଡେଙ୍କୁ ପୁଣି ଟାର୍ଗେଟକଲେ ନୱାବ୍ ମାଲିକ୍‌

ମୁମ୍ବାଇ:  ମୁମ୍ବାଇ ଡ୍ରଗ୍‌ସ ମାମଲାରେ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନୱାବ ମାଲିକ୍ । ନୱାବ୍ ମଙ୍ଗଳବାର ୱାଙ୍ଖେଡେଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ନୂଆ ଅଭିଯୋଗ ଆଣିଛନ୍ତି । ୱାଙ୍ଖେଡେ ୫୦ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପିନ୍ଧୁଥିବାବେଳେ ଲକ୍ଷେ ଟଙ୍କିଆ ପ୍ୟାଣ୍ଟ୍ ଓ ୭୦ ହଜାର ଟଙ୍କାର ସାର୍ଟ ପିନ୍ଧୁଥିଲେ ବୋଲି ନୱାବ୍ କହିଛନ୍ତି । ଜଣେ ସଚ୍ଚୋଟ ଓ ନିଷ୍ଠାପର ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା କଷ୍ଟକର । ତେଣୁ କୋଟି କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରି ୱାଙ୍ଖେଡେ ଏଭଳି ଦାମିକା ସାମଗ୍ରୀ ବ୍ୟବହାର କରୁଥିବା ନୱାବ୍ କହିଛନ୍ତି । ନୱାବ୍ ପୂର୍ବରୁ ୱାଙ୍ଖେଡେଙ୍କ ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଏକାଧିକ ବିବାଦୀୟ ମନ୍ତବ୍ୟ ଦେଇସାରିଛନ୍ତି । ପୂର୍ବଥର ଭଳି ୱାଙ୍ଖେଡେ ଏହି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking