31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଅଜିତ ପୱାରଙ୍କ ୧୦୦୦ କୋଟିର ସମ୍ପତ୍ତି ଜବତ

ଅଜିତ ପୱାରଙ୍କ ୧୦୦୦ କୋଟିର ସମ୍ପତ୍ତି ଜବତ

ମୁମ୍ବାଇ:  ଆୟକର ବିଭାଗ ପକ୍ଷରୁ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ପାୟ ୧୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି । ଏଗୁଡିକ ମଧ୍ୟରେ ନରିମାନ ପଏଣ୍ଟସ୍ଥିତ ନିର୍ମଳ ଟାୱାର, ଗୋଟିଏ ଚିନି କାରଖାନା ଓ ଗୋଟିଏ ରିସର୍ଟ ଅନ୍ୟତମ ।

ପୱାର ପରିବାର ବେଆଇନଭାବେ ଏହି ସମ୍ପତ୍ତିର ମାଲିକାନା ହାସଲ କରିଥିବାବେଳେ ଦୀର୍ଘଦିନ ଧରି ଆୟକର ଫାଙ୍କି ଆସୁଥିବା ଅଭିଯୋଗ ହୋଇଛି । ଗତ ଅକ୍ଟୋବରରେ ଆୟକର ବିଭାଗ ଅଧିକାରୀମାନେ ଅଜିତଙ୍କ ଭଉଣୀଙ୍କ ବାସଭବନ ଓ ଫାର୍ମହାଉସ ଉପରେ ଚଢଉ କରିଥିଲେ । ଅପରପକ୍ଷରେ ଏଭଳି ଚଢଉକୁ କ୍ଷମତାର ଅପବ୍ୟବହାର ବୋଲି ଏନ୍‌ସିିପି ପକ୍ଷରୁ କୁହାଯାଇଛିି । ପୱାର ଏହି ସମ୍ପତ୍ତିରୁ ବାର୍ଷିକ ୧୮୪ କୋଟି ଟଙ୍କା ରାଜସ୍ୱ ପାଉଥିବାବେଳେ ଆୟକର ପୈଠ କରୁନଥିବା ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking