39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭୋଲୋକପ୍ଟର କମ୍ପାନୀ ଆରମ୍ଭ କରୁଛି ଏୟାର ଟାକ୍ସି ସେବା

ଭୋଲୋକପ୍ଟର କମ୍ପାନୀ ଆରମ୍ଭ କରୁଛି ଏୟାର ଟାକ୍ସି ସେବା

ନୂଆଦିଲ୍ଲୀ : ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଆସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ ସମୟ ଧରି ଅଟକି ରହିବା ସମସ୍ୟା ଆଉ ରହିବ ନାହିଁ । ଆସନ୍ତା ୨୦୨୪-୨୫ ସୁଦ୍ଧା ଏହା ବାସ୍ତବ ରୂପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି ୟୁରୋପୀୟ ନିୟାମକ ସଂସ୍ଥା। ଇତିମଧ୍ୟରେ ଅଧ ଡଜନ ସଂଖ୍ୟକ ୟୁରୋପୀୟ କମ୍ପାନୀ ଏହିଭଳି ସହରାଞ୍ଚଳ ଆକାଶମାର୍ଗ ଯାତାୟତ ଯାନ ବିକଶିତ କରିଥିବା ଘୋଷଣା କରିଛନ୍ତି । ଏଥିରେ ଯାତ୍ରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାତାୟତ କରିପାରିବେ ।  ଅଥବା ଏହିଭଳି ମାନବ ବିହୀନ ଯାନରେ ଚିକିତ୍ସା ସାମଗ୍ରୀ ଆଦି ସହଜରେ ପରିବହନ କରାଯାଇପାରିବ ।
ୟୁରୋପରେ ଏହିଭଳି ଉଡନ୍ତା ଟାକ୍ସି ଆସନ୍ତା ୨୦୨୪ ପ୍ରଥମ ଭାଗରେ ତାହାର ସେବା ଯୋଗାଣ ଆରମ୍ଭ କରିବା ଆଶା କରାଯାଉଛି । ୟୁରୋପିଆନ ୟୁନିୟନ ଆଭିଏସନ ସେଫ୍ଟି ଏଜେନ୍ସି (ଇଏଏସଏ)ର ନିର୍ବାହୀ ନିର୍ଦ୍ଦେଶକ ପାଟ୍ରିକ କେୱ୍ୱାଇ କହିଛନ୍ତି, ୨୦୨୪-୨୫ରେ ଉଡନ୍ତା ଟାକ୍ସିଗୁଡିକର ବ୍ୟବସାୟିକ ଚଳାଚଳ ଆରମ୍ଭ ହେବା ସେ ଆଶା କରୁଛନ୍ତି ।
ଭୋଲୋକପ୍ଟର ଏୟାର ଟାକ୍ସି ସର୍ଭିସ ଯେଉଁ ଟାକ୍ସିର ଟେଷ୍ଟିଂ କରିଥିଲା, ତାହା ଭୂପତ୍ତନରୁ ୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡାଣ କରିଥିଲା । ତାହାର ଗତି ଘଣ୍ଟା ପ୍ରତି ୩୦ କିଲୋମିଟର ରହିଥିଲା । କମ୍ପାନୀର ଟାର୍ଗେଟ ୨୦୨୪ରେ ପ୍ୟାରିସ ଅଲମ୍ପ୍ଖଳ ରହିଛି । ସେହି ସମୟରେ ସମଗ୍ର ଦୁନିଆରୁ ଲୋକେ ପ୍ୟାରିସ ଯିବେ ଓ ସେମାନଙ୍କ ପାଇଁ ସେବା କୌଣସି ବରଦାନଠାରୁ କମ ନୁହେଁ ।
ସେ କହିଛନ୍ତି ଯେ ୟୁରୋପରେ ୨୦୩୦ ସୁଦ୍ଧା ସହରାଞ୍ଚଳ ଆକାଶମାର୍ଗରେ ଚଳାଚଳ କରୁଥିବା ଯାନ (ୟୁଏଏମ)ର ବଜାର ପ୍ରାୟ ୪.୨ ବିଲିଅନ ୟୁରୋରେ ପହଞ୍ଚିବ ଏବଂ ଏହି କ୍ଷେତ୍ରରେ ପ୍ରାୟ ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଇତିମଧ୍ୟରେ ଇଏଏସଏ କେତେକ ଡିଜାଇନକୁ ପ୍ରମାଣପତ୍ର ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିସାରିଛି ଏବଂ ୨୦୨୪ ସୁଦ୍ଧ ହାଲୁକା ମେସିନଗୁଡିକ ପାଇଁ ପ୍ରଥମ ଅନୁମୋଦନ ପ୍ରଦାନ ଆଶା କରୁଛି । କେୱାଇ କହିଛନ୍ତି, ଜମାର୍ନୀର ଏକ ଷ୍ଟାର୍ଟଅପ ସଂସ୍ଥା ଭୋଲୋକପ୍ଟର ଏବଂ ଅନ୍ୟାନ୍ୟ ପ୍ରକଳ୍ପ  ଏରୋପୋର୍ଟସ ଡି ପ୍ୟାରିସର ମୁଖ୍ୟମାନେ ଆଶା ରଖିଛନ୍ତି ଯେ, ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଏହି ପ୍ରଯୁକ୍ତିକୋ୬ ପ୍ରଦର୍ଶନ କରିବେ । ତେବେ ଏଗୁଡିକ ସହରାଞ୍ଚଳ, ରେଳବାଇ ଆଦି ଉପରେ କିଭଳି ଉଡାଣ କରୁଛନ୍ତି, ଆକାଶରେ ଉଡୁଥିବା ପକ୍ଷୀ, ସାଇବର ନିରାପତ୍ତା, ସେଥିରୁ ନିର୍ଗତ ଶବ୍ଦ ଆଦି ସମସ୍ତ ସୁରକ୍ଷାଗତ ଦିଗ ଉପରେ ଟିକିନିଖି ଅନୁଧ୍ୟାନ କରାଯିବା ପରେ ଅନୁମୋଦନ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking