40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜାତୀୟ ଆମ୍ବ ଦିବସ

ଜାତୀୟ ଆମ୍ବ ଦିବସ

ଭୁବନେଶ୍ୱର : ଆମ୍ବ ଖାଇବାରୁ କାହାରୁ ବା ଭଲ ନ ଲାଗେ । ଖାଲି ଟିକେ ଆମ୍ବର ନାଁ କାନରେ ବାଜିଗଲେ ମୁହଁରେ ପାଣି ଆସିଯାଏ । ଆମ୍ବର ସ୍ବାଦ ପାଇଁ ତାକୁ ଫଳର ରାଜା ବୋଲି କୁହାଯାଏ । ଆଜି ଦେଉଛି ସେହି ଫଳର ରାଜା ଆମ୍ବ ଦିବସ । ପ୍ରତିବର୍ଷ ଜୁଲାଇ 22 ତାରିଖକୁ ଜାତୀୟ ଆମ୍ବ ଦିବସ ଭାବରେ ପାଳନ କରାଯାଏ ।

ଆମ୍ବ ଖାଲି ଏକ ସୁସ୍ବାଦୁ ଫଳ ଯାହାକୁ ଖରାଦିନେ ଲୋକମାନେ ଖାଇବାକୁ ଭଲ ପାଆନ୍ତି । ଖରାଦିନ ଆସିଲା ମାନେ ଅନେକ ଲୋକ ଆମ୍ବ ପ୍ରିୟ ହୋଇଯାଆନ୍ତି । ଆମ୍ବ ଚାଷ ଅନେକଙ୍କୁ ରୋଜଗାର ଦେଇଥାଏ । ଖୁବ କମ ଲୋକ ଥାଆନ୍ତି ଯେଉଁମାନେ ସ୍ବାଦିଷ୍ଟ ଏବଂ ରସାଳ ଫଳ ଆମ୍ବକୁ ଭଲ ପାଆନ୍ତି ନାହିଁ। ଏହା ଅତ୍ୟନ୍ତ ଲୋକପ୍ରିୟ ଫଳ । ଏହା ପାଇଁ ବି ଏକ ସ୍ବତନ୍ତ୍ର ଦିନ ରହିଛି । ଆଜି ହେଉଛି ସେହି ଫଳର ରାଜା ପାଇଁ ଦିନଟିଏ ।

500 ବର୍ଷ ପୂର୍ବରେ ଭାରତରେ ଆମ୍ବ ଚାଷ ଆରମ୍ଭ ହୋଇଥିଲା । ଧିରେ ଧିରେ ଭାରତରୁ ନେଇ ଦକ୍ଷିଣ-ପୂର୍ବ ଏସିଆରେ ଏହାର ଉତ୍ପାଦନ ବଢିଥିଲା । ଦଶମ ଶତାଦ୍ଦୀ ବେଳକୁ ଉତ୍ତର ଆଫ୍ରିକାରେ ଆମ୍ବ ଚାଷ ପରିବ୍ୟାପ୍ତି ହୋଇଯାଇଥିଲା । ଭାରତଠାରୁ ନେଇ ପାକିସ୍ତାନ ଓ ଫିଲିପିନସର ଜାତୀୟ ଫଳ ଭାବରେ ସ୍ଥାନ ଗ୍ରହଣ କରିଛି ।

ବାଂଲାଦେଶରେ ଆମ୍ବ ଗଛକୁ ଜାତୀୟ ବୃକ୍ଷ ଭାବରେ ମାନିଥାନ୍ତି । ଆମ୍ବ ଉତ୍ପାଦନରେ ଭାରତ ପ୍ରଥମ। 2019ରେ ବିଶ୍ବରେ ସମୁଦାୟ 5.6 କୋଟି ଟନ ଆମ୍ବ ଉତ୍ପାଦିତ ହୋଇଥିଲା ଯାହାର 56 ପ୍ରତିଶତ ଭାରତରେ ଉତ୍ପାଦିତ ହୋଇଥିଲା । ଏକ ପରୀକ୍ଷାରୁ ଜଣାପଡିଛି ଯେ ଗୋଟିଏ ଗଛରୁ ପ୍ରାୟ 121 ପ୍ରକାର ଆମ୍ବ ମିଳିଥାଏ । ଏହି ଗଛ ଉତ୍ତର ପ୍ରଦେଶର ଶାହାରାଣ ପୁରରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking