33.1 C
Bhubaneswar
Thursday, April 25, 2024
Homeଓଡିଶାଏଫଏମ ୟୁନିଭର୍ସିଟି ନୂଆ ଭିସି

ଏଫଏମ ୟୁନିଭର୍ସିଟି ନୂଆ ଭିସି

ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହୋଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ୪ ବର୍ଷ ପାଇଁ କୁଳପତି ଭାବରେ  ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଓଡ଼ିଶା ବିଶ୍ବବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ 2020 ଅନୁସାରେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଜ୍ୟପାଳ । କାର୍ଯ୍ୟରେ ଯୋଗ ଦେବାଠାରୁ ୪ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉତ୍କଳ ବିଶ୍ଵବିଦ୍ୟାଳୟର PM & I R ବିଭାଗର ପ୍ରଫେସର ଭାବେ ଅବସର ନେଇଛନ୍ତି ।

ଅଧ୍ୟାପନା କ୍ଷେତ୍ରରେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କର 30 ବର୍ଷର ଅଭିଜ୍ଞତା ରହିଛି । ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ 10ଟି ପୁସ୍ତକ ରଚନା କରିଛନ୍ତି । 17 ଜଣ ପିଏଚଡି ଓ 40 ଜଣ ଏମ.ଫିଲ ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ।

ସୂଚନାଯୋଗ୍ୟ ପୂର୍ବରୁ , ରାଜ୍ୟରେ ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୁଳପତି ପଦବି ପାଇଁ ୩୬୪ ଜଣ ଆବେଦନ କରିଥିଲେ । ଖଲିକୋଟ୍‌ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି ପାଇଁ ଆବେଦନ କରାଯାଇଛି । ଆବେଦନକାରୀମାନଙ୍କ ମଧ୍ୟରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ବର୍ତ୍ତମାନର କୁଳପତି, ପୂର୍ବତନ କୁଳପତି, ପିଜି କାଉନସିଲ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ରାଜ୍ୟ ଭିତର ଓ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି ।

ତେବେ ୬ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପାଇଁ ସର୍ବାଧିକ ଚାହିଦା ରହିଛି। ଉଭୟ ବିଶ୍ୱବିଦ୍ୟାଳୟ ପାଇଁ ୭୧ଜଣ ପ୍ରଫେସର ତଥା ବରିଷ୍ଠ ଶିକ୍ଷାବିତ୍‌ ଆବେଦନ କରିଛନ୍ତି । ଉଭୟ ଉତ୍କଳ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପାଇଁ ଆବଦେନ ଗତ ୮ ତାରିଖରେ ସରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking