30.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗବଡ଼ଖବର : ଭିସୁଟ୍‌ର ୨୫ ଛାତ୍ର କରୋନା ଆକ୍ରାନ୍ତ ଖବର ଭୂଲ୍

ବଡ଼ଖବର : ଭିସୁଟ୍‌ର ୨୫ ଛାତ୍ର କରୋନା ଆକ୍ରାନ୍ତ ଖବର ଭୂଲ୍

ଭୁବନେଶ୍ୱର : ବିରସୁରେନ୍ଦ୍ର ସାଏ ଭିସୁଟ୍‌ରେ ୨୫ରୁ ଅଧିକ ଛାତ୍ର କରୋନା ଆକ୍ରୋନ୍ତ ହୋଇଥିବା ଛାତ୍ର ସମ୍ପୂଣ୍ଣ ଭୂଲ୍ ବୋଲି ଏ ଖବର ଆଉ କେହି ନୁହେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଛି । ପରୀକ୍ଷା ପିଲାଙ୍କ ନମୂନା ପରୀକ୍ଷା ହୋଇଥିବା ତ୍ରୁଟିଯୁକ୍ତ ବୋଲି ଜଣାପଡ଼ିଛି । ଏ ନେଇ ନିଜେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଜଣାଇଛନ୍ତି । ଏଣୁ ବୁର୍ଲାରେ କୌଣସି ଛାତ୍ର କରୋନା ଆକ୍ରାନ୍ତ ନୁହନ୍ତି ବୋଲି ସ୍ପଷ୍ଟ କରାଯାଇଛି । ଏହି ସ୍ପଷ୍ଟିକରଣ ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ଯେଉଁ ସବୁ ଯାଞ୍ଚ କରାଯାଉଛି ସେଥିପ୍ରତି ସନ୍ଦେହ ସୃଷ୍ଟି ହେଉଛି ।

କଲେଜ୍ ଖୋଲିବା ପରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପିଲାଙ୍କ ପରୀକ୍ଷା କରାଯାଇଥିଲା । ଏଥିରେ ପ୍ରଥମେ ଦୁଇଜଣ ଛାତ୍ର ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେଲା । ପରେ ଅନ୍ୟମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ଦେଖାଗଲା ୨୫ଜଣ ଛାତ୍ର ଆକ୍ରାନ୍ତ ହୋଇଛନ୍ତି । ଏଣୁ ହଷ୍ଟେଲ ଗୁଡ଼ିକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ସପୃକ୍ତ ଅଞ୍ଚରେ ଦୋକାନ ବଜାର ବନ୍ଦ କରାଯାଇଥିଲା। ବୁର୍ଲା ଅଞ୍ଚରେ ଏହାକୁ ଆତଙ୍କ ଖେଳିଯାଇ ଥିଲା । ହଠାତ୍ ଏତେ ସଂଖ୍ୟକ ଛାତ୍ର ଆକ୍ରାନ୍ତ ହେବା ଖବର ପ୍ରଶାସନକୁ ମଧ୍ୟ ଚିନ୍ତାରେ ପକାଇଥିଲା । ଏଥିନେଇ ସତର୍କତରାମୂଳକ ପଦକ୍ଷେପ ନିଆଯାଇ ପରୀକ୍ଷା ବାତିଲ୍ କରାଯାଇଥିଲା । ପାଠ ପଢ଼ା ବି ବ୍ୟାହତ୍ ହୋଇଥିଲା। ଅଭିଭାବକମାନେ ଚିନ୍ତାରେ ପଡ଼ିଥିଲେ । ଅନ୍‌ଲାଇନ୍ ପାଠପଢ଼ା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଏତେଜଣ ଛାତ୍ର ଆକ୍ରାନ୍ତ ହୋଇଥିଲେ ବି ସେମାନଙ୍କ ଶରୀରରେ ସେଭଳି କିଛି ଲକ୍ଷଣ ପ୍ରତିଫଳିତ ହୋଇ ନଥିଲା । ସପୃକ୍ତ ଛାତ୍ରମାନଙ୍କର ଏବେ ଆର୍ଟିଫିସିଆଲ୍ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରୁ ଜଣାପଡ଼ିଲା କେହି ଜଣେ ହେଲେ ଛାତ୍ର କରୋନା ଆକ୍ରାନ୍ତ ହୋଇ ନାହାଁନ୍ତି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଅନୁସନ୍ଧାନରୁ ଜଣାପଡ଼ିଲା ପରୀକ୍ଷା ହୋଇଥିବା କିଛି କିଟ୍ ଖରାପ ଥିବା ଯୋଗୁ ରିପୋର୍ଟ ପଜେଟିଭ୍ ଆସିଥିଲା । ଏ ସମ୍ପର୍କରେ ଆଜି ଅଭିଭକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking