28.1 C
Bhubaneswar
Friday, April 26, 2024
Homeଅପରାଧଯୁବତୀକୁ ଅପହରଣ କରି ହୋଟେଲରେ କଲେ ଏପରି କାଣ୍ଡ.....

ଯୁବତୀକୁ ଅପହରଣ କରି ହୋଟେଲରେ କଲେ ଏପରି କାଣ୍ଡ…..

ହରିଆଣା : ହରିଆଣା ହିସାରର ଏକ ଗାଁରେ ଜଣେ ଯୁବତୀକୁ ଅପହରଣ କରି ସାମୂହିକ ଦୁଷ୍କର୍ମ ଅଭିଯୋଗ ଆସିଛି । ଯୁବତୀଙ୍କ କହିିବା ଅନୁସାରେ ତାଙ୍କୁ ଅପହରଣ କରି ଅପହରଣକର୍ତ୍ତା ମାନେ ତାକୁ ପଟିଆଲା ହୋଟେଲକୁ ନେଇଯାଇଥିଲେ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୋଲିସ, ପିଡୀତାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରିଛି ।

ହିସାର ସଦର ପୋଲିସ ପିଡୀତାଙ୍କ ମେଡିକାଲ ଯାଞ୍ଚ କରାଇ ମାମଲା ରୁଜୁ କରିଛି । ପୋଲିିସ ମୁତାବକ ଯୁବତୀ ଜଣକ ୨୩ ଫେବୃଆରୀକୁ ନିଜ ଗାଁ ବାହାରେ ସାଇକେଲ ରେ ଯାଉଥିଲେ । ଏହି ସମୟରେ ୪ଜଣ ଯୁବକ , ଯୁବତୀଙ୍କୁ ଅପହରଣ କରି୍‌ନେଇଥିଲେ ଓ ଫେରାର ହୋଇଯାଇଥିଲେ । ପ୍ରଥମେ ଯୁବତୀ ଜଣଙ୍କୁ ଫତେହବାଦ ଠାରେ ଥିବା ଏକ ହୋଟେଲକୁ ନେଇଯାଇଥିଲେ । ଏହାପରେ ପଟିଆଲାରେ ଏକ ହୋଟେଲକୁ ନେଇଥିଲେ । ଆରୋପ ଅଛିଯେ, ଯୁବତୀକୁ ହୋଟେଲରେ ବନ୍ଧକ ବନାଇ ଗଣଦୁଷ୍କର୍ମ କରାଯାଇଥିଲା ।

ଏହାପରେ ଯୁବତୀ ଜଣକ ହେଟେଲରୁ କୌଣସି ଉପାୟରେ ମୁକୁଳି ଆସିଥିଲା ଓ ବାହାରେ ଆସି ଲୋକଙ୍କୁ ସାହାଯ୍ୟ ମାଗି ନିଜ ଘରେ ପହଞ୍ଚିଥିଲା । ଏହପରେ ପରିବାର ଲୋକଙ୍କୁ ସବୁ କଥା କହିଥିଲା ।

ପୋଲିସ ଏବେ ପିଡୀତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି । ସଦର ଥାନା ପୋଲିସ ମନଦୀପ କହିଛନ୍ତି ଯେ, ମାମଲା ରୁଜୁ କରାଯାଇ ଆରୋପୀ ମାନଙ୍କୁ ଖୋଜା ଚାଲିଛି ଓ ଖୁବଶିଘ୍ର ସେମାନଙ୍କୁ କାବୁ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking