29.1 C
Bhubaneswar
Tuesday, May 7, 2024
Homeଅପରାଧନିର୍ବାଚନ ପରେ ନିର୍ବାଚନୀ ହିଂସା: ଗର୍ଭବତୀ ମହିଳାଙ୍କ ସମେତ ସ୍ୱାମୀଙ୍କୁ ଆକ୍ରମଣ

ନିର୍ବାଚନ ପରେ ନିର୍ବାଚନୀ ହିଂସା: ଗର୍ଭବତୀ ମହିଳାଙ୍କ ସମେତ ସ୍ୱାମୀଙ୍କୁ ଆକ୍ରମଣ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତୀ ହିଂସା । ଆକ୍ରମଣରୁ ସ୍ୱାମୀଙ୍କୁ ବବଞ୍ଚାଇବାକୁ ଯାଇଥିବା ଗର୍ଭବତୀ ସ୍ତ୍ରୀ ମଧ୍ୟ ଆକ୍ରମଣରେ ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧୀନ ନରସିଂହପୁର ପଞ୍ଚାୟତ ତିନିଦେଶ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ରାଖାଲ ସିଂ ଓ ତାଙ୍କ ଗର୍ଭବତୀ ସ୍ତ୍ରୀ ମିନତୀ ସିଂ ମଙ୍ଗଳବାର ରାତିରେ ତାଙ୍କ ନିଜ ଘରେ ଶୋଇଥିବା ବେଳେ ସେହି ଅଞ୍ଚଳର ସୁକାନ୍ତ ସିଂ, ଲିଟୁ ସିଂ, ସମ୍ବୁଆ ସିଂ, ନିରଞ୍ଜନ ନାୟକ ପ୍ରମୁଖ ରାଖାଲଙ୍କ ଘରେ ପହଞ୍ଚି ଆମ ସମର୍ଥିତ ପ୍ରାର୍ଥୀଙ୍କୁ କାହିଁକି ଭୋଟ ଦେଲ ନାହିଁ ବୋଲି କହି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହ ଆକ୍ରମଣ କରିଥିଲେ । ଗର୍ଭବତୀ ସ୍ତ୍ରୀ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ କ’ଣ ପାଇଁ ମୋ ସ୍ୱାମୀଙ୍କୁ ମାଡ଼ ମାରୁଛ,ଆମେ ତମର କ’ଣ ଦୋଷ କରିଛୁ କହି ବାରଣ କରିବାରୁ ଓଲଟା ମିନତୀଙ୍କ ଉପରେ ପ୍ରତି ଆକ୍ରମଣ କରିଥିଲେ । ଖବର ପାଇ କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ନୀଳଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking