35.1 C
Bhubaneswar
Sunday, May 19, 2024
Homeଓଡିଶାକଲେଜରେ ଆରମ୍ଭହେବ ‘ଯୁବ ସଂସ୍କାର କାର୍ଯ୍ୟକ୍ରମ’

କଲେଜରେ ଆରମ୍ଭହେବ ‘ଯୁବ ସଂସ୍କାର କାର୍ଯ୍ୟକ୍ରମ’

ଭୁବନେଶ୍ୱର: ଉଚିତ ଚରିତ୍ର ଗଠନ ପାଇଁ କଲେଜରେ ଆୟୋଜନ ହେବ ‘ଯୁବ ସଂସ୍କାର କାର୍ଯ୍ୟକ୍ରମ’ । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଠ୍ୟକ୍ରମ ବହିର୍ଭୂତ ରହିବ । ଏହାସତ୍ତ୍ୱେ କ୍ଳାସ ରୁମ୍‌ରେ ଏହା ଆୟୋଜିତ ହେବ । କୌଣସି ପରୀକ୍ଷା ବା ମୂଲ୍ୟାୟନ ହେବନାହିଁ । ମାସକୁ ଅତି କମ୍‌ରେ ଥରେ କ୍ଳାସ୍ କରାଯିବ । ଏହି କାର୍ଯ୍ୟକ୍ରମ ଜରିଆରେ ଚରିତ୍ର ଗଠନ ଉପରେ ଆଧାରିତ ଫିଲ୍ମ ଗୁଡ଼ିକୁ ପ୍ରଦର୍ଶନ କରାଯିବ । ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ କୌଶଳ ଓ ଜ୍ଞାନ ସହିତ ସମୃଦ୍ଧ କରିବା ଏବଂ ଚରିତ୍ର ଗଠନ ଏହାର ଉଦ୍ଦେଶ୍ୟ । ଏଥିପାଇଁ ୨୦୨୧-୨୨ ଶିକ୍ଷାବର୍ଷରୁ ଅଣ୍ଡର ଗ୍ରାଜୁଏସନ୍ ସ୍ତରରେ ‘ନୈତିକତା ଏବଂ ମୂଲ୍ୟବୋଧ\’ ନାମକ ଏକ ନୂତନ ବାଧ୍ୟତାମୂଳକ ଏକାଡେମିକ୍ ପାଠ୍ୟକ୍ରମ ପ୍ରବର୍ତ୍ତିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ଦୁଇରୁ ତିନିଜଣ ଶିକ୍ଷକ ନୋଡାଲ୍ ଶିକ୍ଷକ ଭାବରେ ନିଯୁକ୍ତ ହେବେ । ଜଣେ ବରିଷ୍ଠ ଶିକ୍ଷକଙ୍କ ନିର୍ଦ୍ଦେଶନାମାରେ ନୋଡାଲ୍ ଶିକ୍ଷକମାନେ କାର୍ଯ୍ୟକରିବେ । ନୋଡାଲ ଶିକ୍ଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଛାତ୍ର ସ୍ୱେଚ୍ଛାସେବୀମାନେ ନିୟୋଜିତ ହେବେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ କଲେଜଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉନଥିବାରୁ ଏନେଇ ଚିଠି କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking