29.1 C
Bhubaneswar
Monday, May 6, 2024
Homeଓଡିଶା୨ ପରିବାରଙ୍କୁ ନିଆଁ ପାଣି ବାସନ୍ଦ, ଏସ୍‌ପିଙ୍କ ଦ୍ୱାରସ୍ଥ

୨ ପରିବାରଙ୍କୁ ନିଆଁ ପାଣି ବାସନ୍ଦ, ଏସ୍‌ପିଙ୍କ ଦ୍ୱାରସ୍ଥ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତର ତାଲଜୁରି ଗ୍ରାମରେ ଦୁଇଟି ପରିବାରର ପ୍ରାୟ ୨୫ ଜଣ ସଦସ୍ୟଙ୍କୁ ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି ନିଆଁ ପାଣି ବାସନ୍ଦ କରିଥିବା ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । କିଛି ଦିନ ତଳେ ତାଲଜୁରି ଗ୍ରାମରେ ଆଦିବାସୀ ସଂଘ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗାଁ ର ଗଙ୍ଗା ଧରୁଆ ଓ ରାଜେନ୍ଦ୍ର ବରିହାଙ୍କ ପରିବାର ଅଂଶଗ୍ରହଣ କରିଥିଲେ । ଏଥିରେ ବିନା ଅନୁମତିରେ କାହିଁକି ଅଂଶଗ୍ରହଣ କଲ? ତମ ଆଦିବାସୀ ସଂଘ ବଡ ନାଁ ଆମେ ବଡ ବୋଲି କହି ଗ୍ରାମର ଧନଞ୍ଜୟ ବିଶ୍ୱାଳ, ତରୁଣ ପଟ୍ଟନାୟକ, ଶତୃଘନ ସାହୁ, ପ୍ରଶାନ୍ତ ସାହୁ, ଯୁବରାଜ ସାହୁ, ଗଦି ସାହୁ, ଜଗଦିଶ ପାତ୍ର, ବସୁ ସାହୁ, ଜଗବନ୍ଧୁ ସାହୁ ଗ୍ରମରେ ୨୮ ତାରିଖ ରାତିରେ କଙ୍ଗାରୁ କୋର୍ଟ ବସାଇ ବରିହା ଓ ଧରୁଆ ପରିବାରଙ୍କୁ ନିଆଁ ପାଣି, ଦୋକାନ ବଜାର ବାସନ୍ଦ କରିଥିଲେ । ଏହାସହ ଉଭୟ ପରିବାରକୁ ଗାଳି ଗୁଲଜ କରିବା ସହିତ ବାସନ୍ଦ ନମାନିଲେ ଜୀବନରୁ ମାରିଦେବା ଓ ଘର ପୋଡିଦେବା ଧମକ ଦେଇଥିବା ତାଲଜୁରି ଗ୍ରାମର ଗଙ୍ଗା ଧରୁଆ ଓ ରାଜେନ୍ଦ୍ର ବରିହା ପରିବାର ବର୍ଗ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୋଷୀଙ୍କ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଭୟ ପରିବାର ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ତେବେ ସଦର ଥାନା ପକ୍ଷରୁ ଏହି ଘଟଣାରେ ତାଲଜୁରି ଗ୍ରାମର ଧନଞ୍ଜୟ ବିଶ୍ୱାଲ,ଶତୃଘ୍ନ ସାହୁ, ତରୁଣ ପଟ୍ଟନାୟକ, ଜଗଦୀଶ ପାତ୍ର, ଓ ଟିକେଲାଲ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking