32.1 C
Bhubaneswar
Thursday, May 2, 2024
Homeଓଡିଶାଶୁଣିଲାନି ପ୍ରଶାସନ, ଶେଷରେ ରାସ୍ତା ନିର୍ମାଣ କଲେ ଗଦ୍ରାଗୁଡ଼ା ଗ୍ରାମବାସୀ

ଶୁଣିଲାନି ପ୍ରଶାସନ, ଶେଷରେ ରାସ୍ତା ନିର୍ମାଣ କଲେ ଗଦ୍ରାଗୁଡ଼ା ଗ୍ରାମବାସୀ

ବୈପାରିଗୁଡା – ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ମାନଙ୍କୁ ଗୁହାରି କଲେ ହେଲେ କେହି ଶୁଣିଲେନି ।ଶେଷରେ ଗଦ୍ରାଗୁଡ଼ା ଗ୍ରାମବାସୀ କାନ୍ଧରେ କାନ୍ଧ ମିଶାଇ ହାତରେ କୋଡି, କୋଦାଳ ଧରି ତାଲା ବନ୍ଦ ସମୟରେ ଶ୍ରମଦାନ କରି ଗାଁକୁ ନିର୍ମାଣ କଲେ ରାସ୍ତା ।ନିଜ ଗାଁ କାମକୁ ହାତକୁ ନେଲେ ଲୋକେ । ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନୀକ ଅଧିକାରୀ ସମସ୍ତଙ୍କୁ ଗୁହାରି କରିବା ପରେ କେହି ଶୁଣିଲେ ନାହିଁ ।ଶେଷରେ ଗ୍ରାମବାସୀ କାନ୍ଧରେ କାନ୍ଧ ମିଶାଇ ଶ୍ରମଦାନ କରି ଗାଁକୁ ନିର୍ମାଣ କଲେ ରାସ୍ତା ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ଗଦ୍ରାଗୁଡ଼ା ଗାଁ ରେ ।ବର୍ଷ ବର୍ଷ ଧରି ରାସ୍ତା ସମସ୍ୟା ରେ ଘାଣ୍ଟି ହେଉଥିଲେ ଗଦ୍ରାଗୁଡ଼ା ଗ୍ରାମର ପ୍ରାୟ ୧ଶହ ପରିବାର ।ବର୍ଷା ଦିନ ଆସିଲେ ଗ୍ରାମ ଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଏ ।ଶେଷରେ କେହି ନ ଶୁଣିବାରୁ ଶ୍ରମଦାନ କରି ରାସ୍ତା ତିଆରି କରିଛନ୍ତି ଗଦ୍ରାଗୁଡ଼ା ଗାଁ ଲୋକେ ।ପଲ୍ଲୀ ସଭା, ଗ୍ରାମସଭା ରେ ବାରମ୍ବାର ଲେଖା ଦେଲା ପରେ ମଧ୍ୟ କିଛି ସୁଫଳ ମିଳି ନଥିବା କଥା କହିଛନ୍ତି ଗ୍ରାମବାସୀ ।ଶେଷରେ ଗ୍ରାମରେ ଯୁବକ ମାନେ ହାତରେ କୋଦଲ, ଝୁଡ଼ି ଧରି ତିଆରି କରି ଦେଖାଇଛନ୍ତି ନୂଆ ରାସ୍ତା ।ଗ୍ରାମବାସୀ ଙ୍କ ଏପରି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା କହନ୍ତି ଲୋକେ ।ଗାଁ ଗାଁକୁ ପକ୍କା ରାସ୍ତା ଯୋଡିବାକୁ ଅନେକ ଯୋଜନା ହୋଇଛି ।ହେଲେ ପ୍ରଶାସନକି ଅବହେଳା ଯୋଗୁଁ ଗଦ୍ରାଗୁଡ଼ା ଗାଁଲୋକଙ୍କ ନିକଟରେ ଏହା ଅପହଞ୍ଚ ।ଗଦ୍ରାଗୁଡ଼ା ଗ୍ରାମକୁ ଯିବା ପୂର୍ବରୁ ଗୋଟିଏ ନଦୀ ରହିଛି ସେ ନଦୀ ଉପରେ ଯଥାଶୀଘ୍ର ପୋଲ ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମର ନକୁଳ ଗାଦବା, ତିଲ ଗାଦବା,ଭୀମ ଗାଦବା, ଭଗବାନ ଗାଦବା, ଦଶରଥ ଗାଦବା,ନରସିଂହ ଗାଦବା, ମନ ନାୟକ,ଆଦୁ ଗାଦବା,ଗଙ୍ଗାଧର ନାୟକ,ମାନସିଂହ ଦଳେଇ,ଘେନୁ ଗାଦବା, ପବିତ୍ର ଗାଦବା ପ୍ରମୁଖ ଚେତାବନୀ ଦେଇଛନ୍ତି ।ଏ ସମ୍ପର୍କରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଙ୍କୁ ପଚାରିବାରୁ ମୋ ପାଖକୁ ସେ ଭଳି କିଛି ଅଭିଯୋଗ ଆସିନାହିଁ ଆଉ ଆସିଲେ ଯଥାଶୀଘ୍ର ତାହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ରିପୋର୍ଟ – ବନଲତା ଲେଙ୍କା ।

ବୈପାରିଗୁଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking