31.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗ ଜିଏସଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢାଉ

 ଜିଏସଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ନେଇ ରାଉରକେଲାର ଜିଏସଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅଫିସର ଅଲେଖ ମହାନନ୍ଦ ସୁନ୍ଦରଗଡ଼ ଜିଲ୍ଲାରେ ଜିଏସଟି ଅଫିସର ଭାବେ କାର୍ଯ୍ୟରତ । ତାଙ୍କର ଏକକାଳୀନ ୪ ଗୋଟି ବାସଗୃହରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ତେବେ ଉଦିତ ନଗର ସ୍ଥିତ ବାସଭବନ, ମଙ୍ଗସପୁର ସ୍ଥିତ ପୈତୃକ ସଂମ୍ପତି ଓ ଚକରପୁରର ଶ୍ୱଶୁର ଘର ଓ ମହାନନ୍ଦଙ୍କ କାର୍ଯାଳୟରେ ଚଢାଉ ହେଇଛି । ତେବେ ତାଙ୍କ ଘରୁ ଅନେକ ସୁନା ଗହଣା ଓ କାଗଜ ପତ୍ର ମିଳିଥିବା ସମୟରେ ଅନ୍ୟ ସମ୍ପତି ନେଇ କୌଣସି ସଠିକ ତଥ୍ୟ ମିଳିପାରିନାହିଁ ଓ ଯାଞ୍ଚ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking